ପୋଡ଼ପଡାର ପ୍ରସିଦ୍ଧ ଅତିହାସିକ ଚନ୍ଦନ ଯାତ୍ରା ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ଅଧୀନରେ ଥିବା ପୋଡାପଡା ଗାଁରେ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରଭୁ ନୃସିଂହ ଠାକୁରଙ୍କ ବାର୍ଷିକ ପୁଅ ଉତ୍ସବ ବା ଚନ୍ଦନ ଯାତ୍ରା ଉଦଯାପିତ ହୋଇଯାଇଛି। ଆବାହମାନ କାଳରୁ ଏହି ପୋଡାପଡା ଗାଁରେ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଯାତ୍ରା କମିଟି ତରଫରୁ ବହୁ ଧୂମଧାମରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାର ପ୍ରଥମ ଦିନରେ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚାରିଦିନ ଧରି ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ସତେଇଶିଟି ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ। ଯାତ୍ରାର ଉଦଯାପନୀ ଉତ୍ସବରେ ରତଙ୍ଗ ପଞ୍ଚାୟତର ଶେଷ୍କାଯୋଡି ଗାଁର କଳାକାର ମାନଙ୍କ ଦ୍ୱାରା ରଜା ନାଟକ ପାରିବେଷିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବ ରାତିରେ ପଡୋଶୀ ବନ୍ଧଗଡ଼ ଗାଁର କଳାକାର ମାନଙ୍କ ଦ୍ୱାରା ପୌରାଣିକ ନାଟକ ସମ୍ପୂର୍ଣ ମହାଭାରତ ମଞ୍ଚସ୍ଥ ହୋଇଥିଲା।

Comments are closed.