ସମ୍ବଲପୁର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜୟନ୍ତୀ ବର୍ଷ ଅବସରରେ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ବର୍ଷତମାମ ବିଭିନ୍ନ ଅନୁଷ୍ଠାନରେ ଆଲୋଚନାଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ କରାଯାଉଛି। ଏହି କ୍ରମରେ ଶୁକ୍ରବାର ମାନେଶ୍ୱର ସ୍ଥିତ ମାନ୍ଧାତା ବାବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତାଙ୍କର ଜୀବନୀ ଓ କୃତୀକୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜୟନ୍ତୀ ସମାରୋହର ଆବାହକ ରାମାନୁଜ ପଣ୍ଡାଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ ଡ. ସନ୍ତୋଷ ଦାଶ, ସମାଜସେବୀ ହୃଷୀକେଶ ପୂଜାରୀ ପ୍ରମୁଖ ଯୋଗ ଦେଇ ଚନ୍ଦ୍ରଶେଖର ବେହେରାଙ୍କ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଚନ୍ଦ୍ରଶେଖର ବେହେରା ଓଡ଼ିଶା ଭାଷାର ସୁରକ୍ଷା ଓ ସମାଜ ସଂସ୍କାର କ୍ଷେତ୍ରରେ ଥିବା ଅବଦାନକୁ ସ୍ମୃତିଚାରଣ କରିଥିଲେ। ଶ୍ରୀ ବେହେରାଙ୍କ ଦ୍ୱାରା ଓଡିଆ ଭାଷାର ସୁରକ୍ଷା, ଭାଷା ଭିତ୍ତିକ ରାଜ୍ୟ ଗଠନ, ସ୍ୱାଧିନତା ସଂଗ୍ରାମରେ ଅବଦାନ ଓ ସମାଜ ସଂସ୍କାର ଦିଗରେ ଅବଦାନ ଉପରେ ମୁଖ୍ୟବକ୍ତା ଶ୍ରୀ ପୂଜାରୀ କହିଥିଲେ।
Popular Categories



