www.samajalive.in
Sunday, December 7, 2025
13.1 C
Bhubaneswar

ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନ କଂଗ୍ରେସ ପ୍ରାର୍ଥୀ

ସମ୍ବଲପୁର: ସାଧାରଣ ନିର୍ବାଚନର ସରଗରମ ବଢ଼଼ିବା ସହିତ ବିଭିନ୍ନ ଦଳ ଗୁଡିକ ସେମାନଙ୍କର ପ୍ରାର୍ଥୀ ମାନଙ୍କ ନାମ ମଧ୍ୟ ଘୋଷଣା କରି ଚାଲିଛନ୍ତି। ଏହି କ୍ରମରେ ଓଡ଼ିଶାର ହଟ ସିଟ ରୂପେ ବିବେଚିତ ତଥା ସମ୍ମାନସ୍ପଦ ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଏହାର ପ୍ରାର୍ଥୀ ରୂପେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ଘୋଷଣା କରାଯାଇଛି। ଦଳ ପକ୍ଷରୁ ଶନିବାର ସନ୍ଧ୍ୟା ସମୟରେ ଦୁଲାଲଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରେ ଉତ୍ସାହର ସହିତ କର୍ମୀ ମାନେ ଖୁସି ମନାଇଥିଲେ। ଯୁବ କ୍ରିଡା ସଙ୍ଗଠକ ରୂପେ ପରିଚିତ ଶ୍ରୀ ପ୍ରଧାନ ଛାତ୍ରାବସ୍ଥାରୁ କଂଗ୍ରେସ ସହିତ ନିରବଚ୍ଛିନ୍ନ ରୂପେ ଜଡିତ ରହିଛନ୍ତି। ଆଜି ଦଳୀୟ ପ୍ରାର୍ଥୀ ରୂପେ ଘୋଷାଣା ହେବା ପରେ ସେ କହିଛନ୍ତି ଯେ, ମାଁ ସମଲେଶ୍ୱରୀଙ୍କ ଆର୍ଶିବାଦରୁ ବହୁ ଦିନରୁ ରହିଥିବା ଆଶାକୁ ଦଳ ପୂରଣ କରିଛି। ଗଣମାଧ୍ୟମର ସହଯୋଗ ଓ ଦଳର ସହଯୋଗରେ ମୁଁ ନିଶ୍ଚିତ ରୂପେ ସଫଳତାର ସହିତ ନିର୍ବାଚନ ଲଢ଼ିବି। ଯିଏ ଭି ହେଭି ୱେଟ ନେତା ରହିଛନ୍ତି, ସେଥିରେ ମୋର କୌଣସି ଅସୁବିଧା ନାହିଁ। ସେମାନେ ତାଙ୍କର ହିସାବରେ ଲଢ଼ିବେ ଓ ମୁଁ ମୋର ହିସାବରେ ନିର୍ବାଚନ ଲଢ଼ିବି। ସ୍ୱାସ୍ଥ୍ୟ, ଶିକ୍ଷା ଆଦି ଅନେକ ପ୍ରସଙ୍ଗ ଉପରେ ମୁଁ ନିର୍ବାଚନ ଲଢ଼ିବି। ମୁଁ ଜଣେ ଚଷା ପୁଅ ହୋଇଥିବାରୁ ମୋତେ ଭଲ ଭୋଟର ସହିତ ଆର୍ଶିବାଦ ମିଳିବ ବୋଲି ମୋର ଆଶା ରହିଛି। ମୋର ଛାତ୍ରାବସ୍ଥାରୁ ଦଳ ପାଇଁ କରି ଆସିଥିବା କାମକୁ ସମ୍ମାନ ଦେଇ ଦଳ ମୋତେ ଏହି ଗୁରୁଦାୟିତ୍ୱ ଦେଇଥିବାରୁ ରାହୁଲ ଗାନ୍ଧୀ, ଶରତ ପଟ୍ଟନାୟକଙ୍କ ସମେତ ସମସ୍ତ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ମୁଁ କୃତଜ୍ଞତା ଅର୍ପଣ କରୁଛି। ପୂର୍ବରୁ ସ୍ଥାନିୟ ପ୍ରାର୍ଥୀ ନିର୍ବାଚନରେ ଓହ୍ଲାଇବା ପାଇଁ ଅଞ୍ଚଳରେ ଦାବି ହେଉଥିବା ବେଳେ କିନ୍ତୁ ସେମାନେ ତାଙ୍କର କଥା ତାହା ରଖି ନାହାନ୍ତି। ମୁଁ ନିଶ୍ଚିତ ରୂପେ ସ୍ଥାନୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବି ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥୀ ଘୋଷଣା ପରେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories