www.samajalive.in
Sunday, December 7, 2025
14.1 C
Bhubaneswar

କମ୍‌‌ ଓଜନ ଶିଶୁ ଜନ୍ମ କାରଣ ସମ୍ପର୍କିତ କର୍ମଶାଳା

ଫୁଲବାଣୀ: ସୁସ୍ଥ ଓ ନିରୋଗ ଶିଶୁ ସମାଜ ଓ ଦେଶର ପ୍ରଗତିରେ ଏକ ମୂଲ୍ୟବାନ ଭୁମିକା ଗ୍ରହଣ କରନ୍ତି। ଓଡ଼ିଶାରେ କମ୍‌‌ ଓଜନର ନବଜାତ ଶିଶୁ ଜନ୍ମ ହାର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛନ୍ତି। ତଥାପି କିଛିଗୁଡିଏ ଅନ୍ଧବିଶ୍ୱାସ ଓ କୁସଂସ୍କାର ଯୋଗୁଁ ଅପହଂଚ ଅଂଚଳରେ କମ୍‌‌ ଓଜନର ଶିଶୁ ଜନ୍ମ ହେବାର ଦୃଷ୍ଟିଗୋଚର ହେଉଛି। ଏହାର କାରଣ ଜାଣିବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମାଧ୍ୟମରେ ଏକ ସର୍ବେକ୍ଷଣ ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରିପଡ଼ା ବ୍ଲକରେ କରିଥିଲେ। ସର୍ବେକ୍ଷଣରୁ ଆସିଥିବା ନିର୍ଯାଶ ଗୁଡିକୁ ଆଜି ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଉପସ୍ଥାପନ କରା ଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଉପଖଣ୍ଡ ସ୍ଥରୀୟ ଚିକିତ୍ସାଳୟ ବାଲିଗୁଡାର ଅଧକ୍ଷ ଡା.ଏସ.କେ.ସାହୁକାର, ଏ.ଡି.ପି.ଏଚ୍‌‌.ଓ ଡା. ପ୍ରଶନ୍ନ କୁମାର ତ୍ରୀପାଠୀ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର ଓ ବରିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅଭୟ ପଟ୍ଟନାୟକ ଉପସ୍ଥିତ ରହି ଗ୍ରାମ ସ୍ତରରେ କିପରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଠିକ ରୁପେ ପରିଚାଳନା ହୋଇପାରିବ ସେ ଦିଗରେ ମତାମତ ରଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories