www.samajalive.in
Sunday, December 7, 2025
14.1 C
Bhubaneswar

ମାଁ ସମଲେଇଙ୍କ ନାମ ନେଇ ପ୍ରଣବଙ୍କ ମାରାଥନ ପ୍ରଚାର ଆରମ୍ଭ

ସମ୍ବଲପୁର: ମାଁ ସମଲେଶ୍ୱରୀଙ୍କ ନାମ ନେଇ ବିଜେଡି ଦଳର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି) ଶୁକ୍ରବାର ସମ୍ବଲପୁର ଜିଲାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ସମ୍ବଲପୁର ମାଟି ବୀରମାଟି, ମାଁ ସମଲେଶ୍ୱରୀଙ୍କ ମାଟି, ବୀର ସୁରେନ୍ଦ୍ର ସାଏଙ୍କ ମାଟି। ଏ ମାଟି ମାଁ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ମୋତେ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ଦାସ ପ୍ରଚାର ସମୟରେ କହିଛନ୍ତି। ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ଶ୍ରୀ ଦାସ ବିଭିନ୍ନ ଗ୍ରାମ ଗୁଡିକୁ ଯାଇ ପ୍ରଚାର କରିବା ସହିତ ଜନତାଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ। ଅଭିଯାନ କ୍ରମରେ ଧନକଉଡା ଜୋନ ୧ ଅର୍ନ୍ତଗତ ତାଲବ ଗ୍ରାମର ସମଲେଇ ମନ୍ଦିର ଯାଇ ମାଁ ସମଲେଶ୍ୱରୀଙ୍କ ଦର୍ଶନ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ତଥା ରେଙ୍ଗାଲି ଜୋନ ୧ ଅନ୍ତର୍ଗତ ଖିଣ୍ଡା ଗ୍ରାମକୁ ଯାଇ ସୁରେନ୍ଦ୍ର ସାଏଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ, ରେଙ୍ଗାଲି ସ୍ଥିତ ଦୁର୍ଗା ମନ୍ଦିର ଦର୍ଶନ, ରେଙ୍ଗାଲି ନାଗରିକ କମିଟି ଓ ମାରୱାଡି ସମାଜ ସହିତ ଆଲୋଚନା ଏବଂ ବିଜେଡିର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories