www.samajalive.in
Saturday, December 13, 2025
23.1 C
Bhubaneswar

ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ, ୨ ଗିରଫ

ଗୁରୁଡ଼ିଝାଟିଆ: ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଖୁଣ୍ଟୁଣୀ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ପ୍ରଧାନ ସଏ ଓ ଚଗ ବିରୁଆ ଅଟନ୍ତି। ପ୍ରଧାନ ସଏର ଘର ଗାଣ୍ଡୁଆଝର ଗାଁରେ ହୋଇଥିବା ବେଳେ ଚଗ ବିରୁଆର ଘର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସାରବର ଗାଁରେ। ଗତ ୧୩ ତାରିଖ ଦିନ କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ପାର୍ବତୀପୁର ଗାଁର ସୋମ ସିଂଙ୍କ ପତ୍ନୀ ମିନତୀ ସିଂ ଜରୁରୀ କାମରେ ଗାଣ୍ଡୁଆଝର ଗାଁର ପ୍ରଧାନ ସଏ ସହିତ ବସି ଖୁଣ୍ଟୁଣୀ ବଜାରକୁ ଯାଇଥିଲେ। ଅପରାହ୍ନ ସମୟରେ ଫେରିବା ବାଟରେ ପ୍ରଧାନ ସଏ ଓ କେନ୍ଦୁଝରରୁ ଆସି ପାର୍ବତୀପୁର ଗାଁରେ ରହୁଥିବା ଚଗ ବିରୁଆ ହାଣ୍ଡିଆ ପିଇଥିଲେ ଏବଂ ସେଠାରେ ମିନତୀକୁ ନିଶା ଦେଇଥିଲେ। ରାସ୍ତାର କିଛିବାଟ ଆସିବା ପରେ ରାଣୀବଣିଆ ଜଙ୍ଗଲ ଭିତରକୁ ଅଭିଯୁକ୍ତଦ୍ୱୟ ଦୁଷ୍କର୍ମ କରିଥିଲେ। ଏପରିକି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆଘାତ ଦେଇଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତଦ୍ୱୟ ସ୍ଥାନ ଓ ବାଇକ ଛାଡି ପଳାଇଥିଲେ। ମିନତୀ କିଛିବାଟ ଚାଲିକି ଆସି ପାଟି କରିବା ଫଳରେ ଲୋକମାନେ ଜାଣି ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ। ପରିବାର ପକ୍ଷରୁ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅନୁଧ୍ୟାନ କରିବା ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲେ। ପୀଡିତା ଓ ଅଭିଯୁକ୍ତଦ୍ୱୟଙ୍କୁ ମଧ୍ୟ ଡାକ୍ତରୀମାଇନା କରାଯାଇଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories