www.samajalive.in
Thursday, December 11, 2025
26.1 C
Bhubaneswar

ମା’ ବାସନ୍ତୀଦୂର୍ଗାଙ୍କ ପାହାଡି ବିଜେ ଉତ୍ସବ ସମ୍ପନ୍ନ

ଗୁରୁଡ଼ିଝାଟିଆ: ପରମ୍ପରାକୁ ବଜାୟ ରଖିବା ପାଇଁ ୩ କିମି କାନ୍ଧରେ ଆସନ୍ତି ଭସାଣୀ ପାଇଁ। ଗୁରୁଡ଼ିଝାଟିଆ ଓ କୋତର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବାସନ୍ତୀ ଦୂର୍ଗାଙ୍କ ପାଡାଡି ଉତ୍ସବ ତଥା ଭସାଣୀ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି। ଅହେତୁକ ଗ୍ରୀଷ୍ଣ ପ୍ରବାହ ପାଇଁ ମାଆଙ୍କ ବିଜେସ୍ଥଳୀରୁ ଅପରାହ୍ନ ୫ଟା ସମୟରେ ପାହାଡି ଉତ୍ସବ ଆରମ୍ଭ ହୋଇଥିଲା। ଶହଶହ ଶ୍ରଦ୍ଧାଳୁ ଗୁରୁଡ଼ିଝାଟିଆ ଠାରୁ ଛୋଟିଆମବ ପର୍ଯ୍ୟନ୍ତ ୩ କିମି ବିସର୍ଜନ ସ୍ଥଳୀ ପର୍ଯ୍ୟନ୍ତ ମାନସିକ ପାଇଁ ନୂତନ ବସ୍ତ୍ର ପାହାଡି ପାରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ ଲାଗିରହିଥିଲା। ପୂଜା କମିଟିର ସଦସ୍ୟମାନେ ପରମ୍ପରାକୁ ବଜାୟ ରଖିବା ପାଇଁ ୩ କିମି ପର୍ଯ୍ୟନ୍ତ କାନ୍ଧରେ ବୋହି ବିସର୍ଜନ କରିବା ନିମନ୍ତେ ଛୋଟିଆମ୍ବ ପୋଖରୀକୁ ଆଣିଥିଲେ। ଛୋଟିଆମ୍ବ ଗ୍ରାମର ମୁରବୀ,ଯୁବକ ଓ ଜନସାଧାରଣ ମାଆଙ୍କ ଆଗମନକୁ ସତୃଷ୍ଣା ସହିତ ଅପେକ୍ଷା କରି ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ। ସଂନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ମାଆଙ୍କ ବିସର୍ଜନ କାର୍ଯ୍ୟ ସଂପନ୍ନ ହୋଇଥିଲା।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories