ୱାର୍ଡ ସଭ୍ୟସଭ୍ୟାଙ୍କ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
କଲମପୁର: କଲମପୁର ବ୍ଲକ ୱାର୍ଡ ସଭ୍ୟସଭ୍ୟା ସଂଘ ତରଫରୁ କଲମପୁର ବି.ଡି.ଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି ମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି। କିନ୍ତୁ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ୱାର୍ଡ ସଭ୍ୟସଭ୍ୟାଙ୍କ ଯେଉଁ ଭତ୍ତା ବୃଦ୍ଧି କରାଯାଇଛିତାହା ଅତ୍ୟନ୍ତ ନ୍ୟୁନ। ତେଣୁ ତାର ବିରୋଧ କରିଛନ୍ତି ୱାର୍ଡ ସଭ୍ୟ ସଭ୍ୟା। ତେଣୁ ଆଗାମୀ ଦିନରେ ପଂଚାୟତର ବିକାଶ ମୂଳକ କାର୍ଯ୍ୟରୁ ଦୂରେଇ ରହିବା ସହ ଆବଶ୍ୟକ ହେଲେ ସାମୂହିକ ଭାବେ ଇସ୍ତାଫା ଦେବା ପାଇଁ ଚେତାବନୀ ଦେଇଛନ୍ତି। ଏନେଇ ଉପଖଣ୍ଡ ୱାର୍ଡ ସଭ୍ୟ ସଭ୍ୟା ସଂଘର ସଭାପତି ଦିଗାମ୍ବର ବେମାଲ, ପୁରୁଷୋତମ ରାଜପୁତ, ଦକ୍ଷସୂତା ନାଏକ, ସୁବାସ ବାଗ, ସଂଯୁକ୍ତା ରାଓ, କେଦାରନାଥ ସାହୁ, କ୍ଷିରସିନ୍ଧୁ ବାଗ, କ୍ଷିତିସୂତା ପାଲ ପ୍ରମୁଖଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରିଯାଇଛି।
Comments are closed.