ଜିଲ୍ଲା ପାଠଗାରକୁ ଉପାଦେୟ ପୁସ୍ତକ ଦାନ କଲେ ବରିଷ୍ଠ ଆଇନଜୀବୀ
ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସ୍ଥିତ ଜ଼ିଲ୍ଲା ପାଠଗାରରେ ଦିନକୁ ଦିନ ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାଠକ ପାଠିକାଙ୍କ ପଢିବା ଆଗ୍ରହକୁ ଦେଖି ବଦାନ୍ୟ ବ୍ୟକ୍ତି ମାନେ ଜ଼ିଲ୍ଲା ପାଠଗାରକୁ ବହି ଦାନ କରିବାର ନଜିର ଦେଖିବାକୁ ମିଳିଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପାଢ଼ୀ ଜ଼ିଲ୍ଲା ପାଠଗାରକୁ ଆଇନ, ଡିକ୍ସନାରୀ, ସାଧାରଣ ଜ୍ଞାନ ଆଦି ୧୬ ଖଣ୍ଡ ଉପଯୋଗୀ ପୁସ୍ତକ ପାଠଗାରର ପାଠକ ପାଠିକାଙ୍କ ଉପସ୍ଥିତିରେ ଆଇନଜୀବୀ ଶ୍ରୀ ପାଢୀଙ୍କ ପୁତ୍ର ଅଂଶୁଲ ବିନାୟକ ପାଢ଼ୀ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କୁ ହସ୍ତାନ୍ତର କରିଛନ୍ତି।
Comments are closed.