୨୦ରେ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଠାରେ ନିରାପତ୍ତା ଓ ଆଧୁନିକୀକରଣ ପାଇଁ କିଛି ରେଳଗାଡି ଗୁଡିକର ଚଳାଚଳରେ ଆଂଶିକ ବ୍ୟାହତ ହେବ। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ରେଳଗାଡି ସଂଖ୍ୟା ୦୮୨୬୩/୦୮୨୬୪ ଟିଟିଲାଗଡ଼ – ବିଲାସପୁର – ଟିଟିଲାଗଡ଼ ପାସେଞ୍ଜର ସ୍ୱତନ୍ତ୍ର ଆସନ୍ତା ୨୦ ତାରିଖ ଦିନ ଉଭୟ ଦିଗରୁ ବାତିଲ କରାଯାଇଛି। ସେହିଭଳି ରେଳଗାଡି ସଂଖ୍ୟା ୧୨୮୯୩ ଭୁବନେଶ୍ୱର – ସୋନପୁର ଏକ୍ସପ୍ରେସ ୨୦ ତାରିଖ ଦିନ ସମ୍ବଲପୁର ପର୍ଯ୍ୟନ୍ତ ଆସି ପୁଣି ଗାଡି ସଂଖ୍ୟା ୧୨୮୯୪ ସୋନପୁର – ଭୁବନେଶ୍ୱର ଏକ୍ସପ୍ରେସ ହୋଇ ଫେରିବ ଏବଂ ସମ୍ବଲପୁରରୁ ସୋନପୁର ପର୍ଯ୍ୟନ୍ତ ଏହାର ଚଳାଚଳ ଗୋଟିଏ ଦିନ ପାଇଁ ବାତିଲ ରହିବ। ରେଳଗାଡି ସଂଖ୍ୟା ୧୮୦୦୬ ଜଗଦଲପୁର – ହାୱଡା ଏକ୍ସପ୍ରେସ ଆସନ୍ତା ୨୦ ତାରିଖରେ ଗୋଟିଏ ଦିନ ପାଇଁ ଟିଟିଲାଗଡ଼ ଠାରୁ ୧ ଘଣ୍ଟା ବିଳମ୍ବରେ ଦିନ ୨ ଘ. ୪୫ ମି. ପରିବର୍ତ୍ତେ ଅପରାହ୍ନ ୩ଟା ୪୫ ମି.ରେ ଛାଡିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.