କେନ୍ଦୁଝରଗଡ଼଼: କେନ୍ଦୁଝର ସହର ଜଗନ୍ନାଥପୁରଛକସ୍ଥିତ ଆପୋଲୋ ଔଷଧ ଦୋକାନରେ ଏକ ଜଙ୍ଗଲୀ ବାରହା ହଠାତ୍ ପଶିଯିବାରୁ ଦୋକାନ ଭିତରେ ଥିବା କର୍ମଚାରୀ ଭୟଭୀତ ହୋଇ ବାହାରକୁ ଆସି ଦୋକାନ ସଟରକୁ ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ରାପିଡ ରେସପନ୍ସ ଟିମ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପିଞ୍ଜରା ସହାୟତାରେ ବାରହାଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ବାରହା ମୁହଁ କ୍ଷତାକ୍ତ ହୋଇ ରକ୍ତ ବାହାରୁ ଥିବାବେଳେ ବାରହାଟିକୁ କେନ୍ଦୁଝର ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।
Popular Categories



