www.samajalive.in
Wednesday, December 10, 2025
16.1 C
Bhubaneswar

ଭୋଟର ସଚେତନତା ପାଇଁ ଦସ୍ତଖତ ଅଭିଯାନ

ଆଠଗଡ଼: ଷଷ୍ଠ ପର୍ଯ୍ୟାୟରେ ଆଗାମୀ ମେ ୨୫ତାରିଖରେ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ଓ ବିଧାନସଭା ଲାଗି ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ କିପରି ଅଧିକରୁ ଅଧିକ ଜନସାଧାରଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ବ୍ୟାପକ ସଚେତନତା କରାଯିବା ଉପରେ ଭାରତର ନିର୍ବାଚନ କମିଶନ ଗୁରୁତ୍ୱାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ବିଜ୍ଞାନ କଲେଜରେ ମତଦାନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ‘ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ସାଧାରଣ ନିର୍ବାଚନ ପ୍ରକ୍ରିୟା ୨୦୨୪ରେ ନିଜକୁ ସମ୍ମିଳିତ କରି ମୋର ମୂଲ୍ୟବାନ ଭୋଟକୁ ସାବ୍ୟସ୍ତ କରିବି’ ବୋଲି ଲେଖାଥିବା ଏକ ବ୍ୟାନର ଲଗାଯାଇ ସେଥିରେ ଜନସାଧାରଣଙ୍କର ଦସ୍ତଖତ ସଂଗ୍ରହ କରାଯାଉଛି। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରଥମେ ଏଥିରେ ନିଜର ମତାମତ ଲେଖି ଦସ୍ତଖତ କରି ଅଭିଯାନକୁ ଉଦ୍‌‌ଘାଟନ କରିଥିଲେ। ପରେ ପରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଡେପ୍ୟୁଟି କଲେକ୍ଟର ସୌଦାମିନୀ ସାହୁ ଓ ମଧୁସ୍ମିତା ବିଶି, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ଶୁଭକଲ୍ୟାଣୀ ମହାପାତ୍ର ଓ କାଜଲ କୁମାର ମଲ୍ଲିକ ପ୍ରମୁଖଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, କାର୍ଯ୍ୟାଳୟର କର୍ମଚାରୀ, ଆଇନଜୀବୀ ଏବଂ ସାଧାରଣ ଲୋକ ନିଜ ନିଜର ମତ ଲେଖିବା ସହ ଦସ୍ତଖତ କରିଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories