www.samajalive.in
Sunday, December 7, 2025
14.1 C
Bhubaneswar

ଠଣାପଲ୍ଲୀ ଦଣ୍ଡ ଉତ୍ସବ, ଝୁଣା, ଧୂପରେ ମହକୁଛି ଦାଣ୍ଡ

କଳାପଥର (ବାଙ୍କୀ): ଠଣାପଲ୍ଲୀ ଗ୍ରାମରେ ମା ‘କାଳିକା ଠାକୁରାଣୀଙ୍କ ପୀଠ ସ୍ଥଳୀରେ ଦଣ୍ଡ ମେଳଣ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡନାଚ ନିମନ୍ତେ ଅଂଚଳରେ ଧାର୍ମିକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପେକ୍ଷୀରେ ଠଣାପଲ୍ଲୀ ଗ୍ରାମରେ ଦଣ୍ଡ ଠାକୁରଙ୍କୁ ସ୍ଵାଗତ କରିବା ପାଇଁ ଘର ସମୁଖକୁ ଗୋବରରେ ଲିପାଯାଇ, କଳସ, ଦୀପ ଲଗାଯାଇ, ନୈବେଦ୍ୟ ଭାବେ ମୁଆ, ନଡ଼ିଆ, କଦଳୀ, ସେଓ, କମଳା ତଥା ଅଙ୍ଗୁର ନିଷ୍ଠା ଓ ଭକ୍ତିର ସହିତ ସମର୍ପଣ କରାଯାଇଥାଏ। କଳାପଥର, ଖଜୁରିପଦା, ଗେଡିଆପଲ୍ଲୀ, ଲେମ୍ବେରୀ, କୃଷ୍ଣପଲ୍ଲୀ, ଖରାଡପିଲ୍ଲୀ, କାଦୁଅପଡା, ଆରିକମା ଗ୍ରାମର ଦଣ୍ଡ ଠାକୁର ମାନେ ସୁସଜ୍ଜିତ ପଟୁଆରରେ ମେଳଣ ସ୍ଥଳରେ ପହଂଚିଥିଲେ। ୩ ରାତ୍ରି ଧରି ଦଣ୍ଡ ନାଚ ସହିତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories