www.samajalive.in
Sunday, December 7, 2025
14.1 C
Bhubaneswar

ନର୍ଲାରେ ତ୍ରିମୁଖୀ ଲଢେଇ – ଭିନ୍ନ ମୋଡରେ ରାଜନୈତିକ ଚର୍ଚ୍ଚା

ନର୍ଲା: ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ସମସ୍ତ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଚଳିତ ନିର୍ବାଚନ ସଂଘର୍ଷପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର ସଂଧ୍ୟାରେ ବିଜେଡି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଆଜି ନର୍ଲାରେ ରାଜନୈତିକ ଚର୍ଚ୍ଚା ଭିନ୍ନ ମୋଡ ନେଇଛି। କଂଗ୍ରେସରୁ ଭକ୍ତ ଚରଣ ଦାସ ନର୍ଲାରେ ପ୍ରାର୍ଥି ହୋଇଥିବା ବେଳେ ବିଜେପିରୁ ଅନିରୁଦ୍ଧ ପଧାନ ଓ ବିଜେଡିରୁ ମନୋରମା ମହାନ୍ତି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଭକ୍ତ ଚରଣ ଦାସ ନିଜର ଜିତାପଟକୁ ନେଇ ଦୃଢ ନିଶ୍ଚିତ ଥିବା ବେଳେ ଭାଜପା ପ୍ରାର୍ଥି ଅନିରୁଦ୍ଧ ମଧ୍ୟ ନିଜ ଦଳକୁ ନେଇ ବିଜୟର ପ୍ରଚୁର ଆଶା ରଖିଛନ୍ତି।

- Advertisement -

ସେହିପରି ବିଜେଡି ପ୍ରାର୍ଥି ମନୋରମା ମହାନ୍ତି ନିଜର ଲଢେଇରେ ବିଜୟର ଆଶା ରଖିଛନ୍ତି। ଦଳ ଏମାନଙ୍କ ପ୍ରତି ଦୃଢ ଭରସା ରଖିଛି। ଭକ୍ତ ଦାସ ଜଣେ ଟାଣୁଆ ଓ ପୁରୁଖା ନେତା ହିସାବରେ ଅଞ୍ଚଳରେ ଜଣାଶୁଣା। ତାଙ୍କର ନିର୍ବାଚନ ରଣନୀତି କେମିତି ରହିବ ତାହ ତାଙ୍କର ଦୃଢୋକ୍ତିରୁ ଅନୁମାନ ହୁଏ। ଭାଜପା ପ୍ରାର୍ଥୀ ଅନିରୁଦ୍ଧ ପଧାନ ଗତ ୨୦୧୯ ନିର୍ବାଚନରେ ପରାଜିତ ବରଣ କରି ଦ୍ବିତୀୟ ସ୍ଥାନରେ ରହିଥିବା କାରଣରୁ ଏଥରକ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ଦଳୀୟ ବିଚାର ରହିଛି। ଅନ୍ୟପଟେ ବିଜେଡ଼ି ପ୍ରାର୍ଥୀ ବର୍ତ୍ତମାନ ନର୍ଲା ବ୍ଲକରେ ଦୁଇଥର ହେଲା ଅଧ୍ୟକ୍ଷା ଭାବରେ କାର୍ଯ୍ୟ ତୁଲାଉଛନ୍ତି ଓ ବିଧାୟକ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ସ୍ଥାନୀୟ ପ୍ରାର୍ଥୀ ଭାବରେ ଦଳ ଛିଡା କରେଇଛି। ସ୍ଥାନୀୟ ପ୍ରାର୍ଥୀ ଦେବାକୁ ସ୍ଥାନୀୟ ଲୋକଙ୍କ ଦାବୀକୁ ନେଇ ବିଜେଡି ନିଜ ରଣନୀତି ପ୍ରସ୍ତୁତ କରି ବିଜେଡିର ବିଜୟ ସମ୍ଭାବନା ରଖିଛି ଓ ଦଳ ସ୍ଥାନୀୟ ପ୍ରାର୍ଥିକୁ ଭରସା ରଖିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories