ବାଲ୍ୟ ବିବାହ ନିରୋଧ ଓ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଚୌଦ୍ୱାର: ଚୌଦ୍ୱାରସ୍ଥିତ ନବ ପ୍ରଭାତ ଆଞ୍ଚଳିକ ମହାସଂଘ ଆନୁକୁଲ୍ୟରେ ବାଲ୍ୟ ବିବାହ ନିରୋଧ ଓ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍‌‌ ଫାଉଣ୍ଡେସନ୍‌‌ ଓ ଉତ୍କଳ ସେବକ ସମାଜର ମିଳିତ ସହଯୋଗରେ ଓଟିଏମ୍‌‌ କଲୋନୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସେବକ ସମାଜ ନୋଡାଲ ଅଫିସର ପ୍ରମୋଦ ଓଝା ଯୋଗଦେଇ ସମାଜରେ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ଆଲୋଚନା କରି ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରିବା ପାଇଁ ସରକାର ଓ ଜନସାଧାରଣ ଦୃଢତାର ସହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିଷେଧ ସମ୍ପର୍କିତ ବିଭିନ୍ନ ଅଈନ୍‌‌ ଓ ଆଈନ୍‌‌ଗତ ସୁବିଧା ସମ୍ପର୍କରେ ସେ ଉପସ୍ଥିତ ମହିଳା ମାନଙ୍କୁ ଅବଗତ କରାଇଥିଲେ। ଅଞ୍ଚଳର ବିଭିନ୍ନ ମିଶନ୍‌‌ ଶକ୍ତି ଗୋଷ୍ଠୀର ମହିଳାମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ।ଏହି ଅବସରରେ ବାଲ୍ୟ ବିବାହ ନିଷେଧ ଓ ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟକରବା ପାଇଁ ମହିଳା ମାନେ ଶପଥପାଠ କରିଥିଲେ। ମହାସଂଘ ସଭାନେତ୍ରୀ କଲ୍ୟାଣୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.