www.samajalive.in
Sunday, December 7, 2025
23.1 C
Bhubaneswar

ମରଣକୁ ନିମନ୍ତ୍ରଣ କରୁଛି କଲେଜ ସମ୍ମୁଖରେ ଥିବା ଗର୍ତ୍ତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରହିଛି ଅତାବିରା ଆବାସିକ ମହାବିଦ୍ୟାଳୟ। ଅଞ୍ଚଳର ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି। ପାଖକୁ ଲାଗି ରହିଛି ନିୟନ୍ତ୍ରିତ ବଜାର। ପ୍ରତିଦିନ ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଏହି ମହାବିଦ୍ୟାଳୟ ସମ୍ମୁଖରେ ଥିବା ସହରର ମୁଖ୍ୟ ନାଳ ଫାଟିଯାଇ ଦୁଇଟି ବଡ ଧରଣର ଗର୍ତ୍ତ ସୃଷ୍ଟି ହୋଇ ଦିନକୁ ଦିନ ତାର କାୟା ବୃଦ୍ଧି ପାଇ ଚାଲିଛି। ଅନେକ ଲୋକ ଏହି ଗର୍ତ୍ତରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହା ବ୍ୟତୀତ ଏହି ନାଳରେ କୁଢ଼ କୁଢ଼ ମଇଳା ଜମି ଦୁର୍ଗନ୍ଧରେ ଫାଟି ପଡୁଛି ଏବଂ ମଶାମାଛିଙ୍କ ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଉଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକା ୱିଲକାନର ନିମ୍ନମାନର କାମ ଯୋଗୁଁ ଅଞ୍ଚଳରେ ଅନେକ ସ୍ଥାନରେ ଏମିତି ଅସଜଡା ରାସ୍ତା କାମ ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories