www.samajalive.in
Friday, December 5, 2025
20.1 C
Bhubaneswar

ନିର୍ବାଚନ ପୂର୍ବରୁ ଛପାଯିବ ‘ବର୍ଣ୍ଣବୋଧ’

ଭୁବନେଶ୍ୱର: ଉତ୍କଳର ପରିଚୟ ହେଉଛି ତା’ର ଭାଷା ଓ ସଂସ୍କୃତି। ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ଛାପାକୁ ମିଳିଛି ସବୁଜ ସଙ୍କେତ। ଓଡ଼ିଆ ଭାଷାର ମୂଳଦୁଆ ବୋଲି ବିବେଚନା କରାଯାଉଥିବା ଏହି ପୁସ୍ତକ ପୁଣି ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବାବେଳେ ନିର୍ବାଚନ ପୂର୍ବରୁ ଛାପା ହେବା ସହିତ ନିର୍ବାଚନ ପରେ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨୯୪ ଅଧିକାରୀ

- Advertisement -

ଏହାର ପୁନଃ ମୁଦ୍ରଣ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଧୁସୂଦନ ରାଓଙ୍କ ଅଣନାତୁଣୀଙ୍କଠାରୁ ମୂଳ କପି ସଂଗ୍ରହ କରାଯାଇଥିବାବେଳେ ବରିଷ୍ଠ ସାହିତ୍ୟିକ ତଥା ଭାଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀ ବର୍ଣ୍ଣବୋଧ ପଢ଼ିବେ ଓ ଏହା ବହି ଦୋକାନରେ ମଧ୍ୟ ଉପଲବ୍ଧ ହେବ। ମୂଳ ‘ବର୍ଣ୍ଣବୋଧ’ରେ କୌଣସି ପରିବର୍ତ୍ତନ ହେବନାହିଁ । ଏହାର ଅବିକଳ ମୁଦ୍ରଣ କରାଯିବାକୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ପ୍ରଥମ ପର୍ଯ୍ୟାୟରେ ୫୦ ହଜାରରୁ ଅଧିକ ପୁସ୍ତକ ଛପାଯିବ। ସରକାରୀ ପ୍ରେସ୍‌ କିମ୍ବା ଘରୋଇ ପ୍ରେସ୍‌ରେ ମୁଦ୍ରଣ କରାଯିବ ସେନେଇ ନିଷ୍ପତ୍ତି ହୋଇନାହିଁ; କିନ୍ତୁ ଖୁବ୍‌ଶୀଘ୍ର ମୁଦ୍ରଣ କରାଯିବା ନେଇ ପ୍ରକ୍ରିୟା ଶେଷ ହୋଇଛି।

ନିର୍ବାଚନ ବଣ୍ଡ୍‌ – ୧୧ରେ ଏସ୍‌ବିଆଇ ଆବେଦନର ଶୁଣାଣି

ଏସବୁ କାର୍ଯ୍ୟ ନିର୍ବାଚନ ପୂର୍ବରୁ ଶେଷ ହେବ ଏବଂ ନିର୍ବାଚନ ପରେ ଓସେପା ସାହାଯ୍ୟରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟକୁ ପିଲାଙ୍କ ଉଦ୍ଦେଶ୍ୟରେ ପଠାଯିବ। ସେହିପରି ଓଡ଼ିଶା ପରିବାର ମାଧ୍ୟମ‌େ‌ର ପ୍ରବାସୀ ଓଡ଼ିଆ ପିଲାଙ୍କ ନିକଟକୁ ‘ବର୍ଣ୍ଣବୋଧ’ ପଠାଯିବ।

ଆଜିର ରାଶିଫଳ (୦୯.୦୩.୨୦୨୪)

ଏହି ବହିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛପା ଯାଇଥିବାରୁ ଏହାକୁ ବିରୋଧ କରାଯାଇଥିଲା। କିଛି ବୁଦ୍ଧିଜୀବୀ ଏନେଇ ଅଦାଲତକୁ ଯାଇଥିଲେ। ୨୦୧୪ରୁ ଏନେଇ ବିବାଦ ଦେଖାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାର ସମାଧାନ ହୋଇଥିଲା ଏବଂ ଅଦାଲତ ମୂଳ ପ୍ରକାଶନକୁ ବାଦ୍‌ ନଦେଇ ମୁଦ୍ରଣ କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ମୁଦ୍ରଣ ନିମନ୍ତେ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦାୟିତ୍ବ ଦିଆଯାଇଥିଲା। ଏବେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ମୁଦ୍ରଣ ଓ ବଣ୍ଟନକୁ ଅପେକ୍ଷା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories