www.samajalive.in
Saturday, December 6, 2025
26.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ପରେ ହତ୍ୟା

ସମ୍ବଲପୁର: ସମ୍ବଲପୁର ସହର ସମେତ ଜିଲାରେ ପୁଲିସ ନିଷ୍କ୍ରିୟତା ପାଇଁ ଅପରାଧି ମାନଙ୍କ ଚରାଭୂଇଁ ପାଲଟିଛି। ଶୁକ୍ରବାର ଦ୍ୱିହପରରେ ବ୍ୟସ୍ତବହୁଳ ଅଞ୍ଚଳ ଧନୁପାଲି ଠାରେ ସୁନା ଦୋକାନରେ ଲୁଟ ଉଦ୍ୟମ ବିଫଳ ହେବାରୁ ମାଲିକଙ୍କୁ ଗୁଳି ମାରି ଅପରାଧି ଫେରାର ମାରିଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ଶନିବାର ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ସ୍ଥାନୀୟ ଦୁର୍ଗାପାଲି କୁସୁମପଡ଼ା ଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କୁସୁମପଡ଼ା ନିବାସୀ ରିଙ୍କୁ ନନ୍ଦ (୨୬)ଙ୍କ ସେହି ଅଞ୍ଚଳର କିଛି ଯୁବକଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ଏହି ଘଟଣାକୁ ନେଇ ରିଙ୍କୁ ନନ୍ଦଙ୍କୁ ଆଜି ସକାଳ ସମୟରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ସାକ୍ଷାତ ହୋଇ ଯାଇଥିଲା। ଏଣୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାଡପିଟ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଯୁବକ ରିଙ୍କୁ ନନ୍ଦଙ୍କୁ ଏକ କାଠର ବାଡିରେ ତାର ମୁଣ୍ଡକୁ ମାରିଥିଲା। ଫଳରେ ରିଙ୍କୁ ନନ୍ଦ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରିଙ୍କୁ ନନ୍ଦଙ୍କ ମୃତ୍ୟୁ ହୋଇ ଯାଇଛି। ଏ ସମ୍ପର୍କରେ ସଦର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି।

ସୂଚନାଯୋଗ୍ୟ ଯେ, ଏକ ମାସ ମଧ୍ୟରେ ସମ୍ବଲପୁର ଅଞ୍ଚଳରେ ୩ଟି ହତ୍ୟାକାଣ୍ଡ ଘଟି ସାରିଥିବା ବେଳେ ସେଥି ମଧ୍ୟରୁ ମାତ୍ର ଗୋଟିଏ ହତ୍ୟାକାଣ୍ଡର ଅପରାଧିଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। ଗତ ଜାନୁଆରୀ ୧୯ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କ୍ଷେତରାଜପୁର ଥାନା ଅର୍ନ୍ତଗତ ଦଲଦଲିପଡ଼ାର ଗୁଡ୍ଡୁ ରାଉତ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦିଆଯାଇଥିଲା। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିବାରେ ପରବର୍ତ୍ତୀ ସମୟରେ ସଫଳ ହୋଇଥିଲା। ଏହା ପରେ ଚଳିତ ମାସ ୧୦ ତାରିଖରେ ହୀରାକୁଦ ନିବାସୀ ଶଶି ପାଗଡ଼ ନାମକ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଶାସନ ଥାନା ଅର୍ନ୍ତଗତ ହୀରାକୁଦ ଡାଇକ ରାସ୍ତା (ବଲବସପୁର ଅଞ୍ଚଳ) ରେ ମିଳିଥିଲା। ଏହି ଘଟଣାରେ ପୁଲିସ ଆଜକୁ ୭ ଦିନ ବିତି ଯାଇଥିଲେ ସୁଦ୍ଧା, ଆଜି ପର୍ଯ୍ୟନ୍ତ କୌଣସି ସୁରାକ ମଧ୍ୟ ପାଇ ପାରି ନାହିଁ। ଇତି ମଧ୍ୟରେ ଗତକାଲି ଧନୁପାଲି ଛକ ଠାରେ ସୁନା ଦୋକାନରେ ଲୁଟ ଉଦ୍ୟମ ବିଫଳ ହେବାରୁ ଡକାୟତ ମାନଙ୍କର ଗୁଳି ମାଡରେ ମାଲିକ ସୁଜିତ ସ୍ୱର୍ଣ୍ଣକାର ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଏଭଳି ଲଗାତାର ଅପରାଧିକ ଘଟଣା ଘଟି ଚାଲୁଥିବା ବେଳେ ପୁଲିସ ବାରମ୍ବାର ବିଫଳ ହେଉଥିବାରୁ ଜନତାଙ୍କ ମଧ୍ୟରେ ଅଜଣା ଭୟ ସୃଷ୍ଟି ହୋଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories