www.samajalive.in
Saturday, December 6, 2025
17.1 C
Bhubaneswar

ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ଗୁରୁଡ଼ିଝାଟିଆ,: ନାରଙ୍ଗବସ୍ତ ଜ୍ୟୋତିର୍ମୟୀ ୟୁଥକ୍ଲବ ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭୂବନେଶ୍ୱର ୱାରିୟରସ ୨-୧ ସେଟରେ ବିଞ୍ଝାରପୁର-ଭୂବନେଶ୍ୱରକୁ ପରାସ୍ତ କରି ଚମ୍ପିଆନ ହୋଇଛି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଟ୍ରଫି ପ୍ରଦାନ କରି ଜ୍ୟୋଜିର୍ମୟୀ କ୍ଲବର ନିରବଚ୍ଛିନ୍ନ ଭାବରେ କ୍ରିଡାର ବିକାଶ ଦିଗରେ ଭୂମିକାକୁ ପ୍ରଶଂସା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜେନାପଦା, ବାଙ୍କି, ନାରଙ୍ଗବସ୍ତ, ଭୂବନେଶ୍ୱର ୱାରିଅର, ଭୂବନେଶ୍ୱର-ବିଞ୍ଝାରପୁର, କଟକ, ଥୋରିଆପଡ଼ା ଓ ଦୌଲତାପୁର ପ୍ରମୁଖ ଦଳ ଅଂଶଗ୍ରହଣ କରିଥିଲେ। ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ,ରାଜକିଶୋର ଖଟୁଆ, ପ୍ରଫୁଲ ଚନ୍ଦ୍ର ଖଟୁଆ, ସମୀର ସାମଲ, ସନ୍ତୋଷ କୁମାର ରାଉତ, ଧରିତ୍ରୀଭୁଷଣ ପ୍ରତିହାରୀ, କାର୍ତ୍ତିକ ଚନ୍ଦ୍ର ଖଟୁଆ, ପ୍ରଭାତ ଚନ୍ଦ୍ର ଖଟୁଆ,ଅନନ୍ତପୁର ପଞ୍ଚାୟତ ଶକ୍ତିପ୍ରସାଦ ସାହୁ ଅତିଥି ଭାବରେ ଯୋଗଦେଇଥିଲେ। କ୍ଲବର ସଭାପତି ନିକାଶ ଖଟୁଆ, ସଂପାଦକ ଶ୍ରୀନିବାସ ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁଶାନ୍ତ କୁମାର ମାଝି ଖେଳକୁ ପରିଚାଳନା କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories