www.samajalive.in
Saturday, December 6, 2025
14.1 C
Bhubaneswar

ଗୋପବନ୍ଧୁ ନର୍ସିଂ କଲେଜରେ ଶାମ୍ବଦଶମୀ ପାଳିତ

ଗୁରୁଡ଼ିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଶାମ୍ବଦଶମୀ ପାଳିତ ହୋଇଛି। ପରିସରସ୍ଥ ଆଧ୍ୟାତ୍ମିକ କେନ୍ଦ୍ରରେ ଶାସ୍ତ୍ରୀୟ ବିଧିମୁତାବକ ସୂର୍ଯ୍ୟପୂଜା କରାଯାଇଥିଲା। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ତଥା ପ୍ରତିଷ୍ଠାନ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ ସଂସ୍କୃତି ଓ ପରମ୍ପରାରେ ଶାମ୍ବଦଶମୀର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିବା ସହ ଶାପଗ୍ରସ୍ତ ହୋଇ ବ୍ୟାଧିରେ ପିଡୀତ ଶାମ୍ବ ସୂର୍ଯ୍ୟପୂଜା କରି କିପରି ଆରୋଗ୍ୟଲାଭ କରିଥିଲେ ସେ ସଂପର୍କରେ ବିଦ୍ୟାର୍ଥୀଙ୍କୁ କହିଥିଲେ। ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ, ଅଧ୍ୟାପିକା,ଅଧ୍ୟାପକ, ଚିକିତ୍ସାଳୟ କର୍ମଚାରୀମାନେ ଓ ସ୍ଥାନୀୟ ଗ୍ରାମର ମୁରବୀ ଉପସ୍ଥିତ ରହି ସର୍ଯ୍ୟସ୍ତବଃ ପାଠ କରିଥିଲେ। ସୂର୍ଯ୍ୟଦେବଙ୍କୁ ଭୋଗ ଅର୍ପଣ ପରେ ବିଦ୍ୟାର୍ଥୀ ଓ ସମବେତ ବ୍ୟକ୍ତିମାନେ ପ୍ରସାଦ ସେବନ କରିଥିଲେ। ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ,ମଧୁସ୍ମୀତା ରାଉତ, ସୌଦାମିନୀ ସାହୁ ପ୍ରମୁଖ ଅଧ୍ୟାପିକା ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories