www.samajalive.in
Friday, December 5, 2025
20.1 C
Bhubaneswar

ପ୍ରାଣ ପ୍ରତିଷ୍ଠା ଦିନ ଛୁଟି ଘୋଷଣା ପ୍ରସଙ୍ଗ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୪ ଛାତ୍ର

ନୂଆଦିଲ୍ଲୀ: ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଅଯୋଧ୍ୟାରେ୧୨୫ କଳସରେ ରାମଲାଲାଙ୍କ ବିଗ୍ରହର  ଦିବ୍ୟସ୍ନାନ କରାଯାଇ ମହାପୂଜା କରାଯିବ । ପ୍ରାଣ ପ୍ରତିଷ୍ଠା ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ତାରିଖକୁ  ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ । ଯେଉଁଥିପାଇଁ  ବହୁ ବିବାଦ ଦେଖାଦେଇଥିଲା। ୪ଜଣ ଛାତ୍ର ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ରବିବାର ଏହି ଆବେଦନ ଉପରେ ଶୁଣାଣି କରାଯିବ । ମିଳିଥିବା ସୂଚନା ଅନୁଯାୟୀ ଚାରିଜଣ ଛାତ୍ର ବମ୍ବେ ହାଇକୋର୍ଟରେ ଜାନୁଆରୀ ୨୨କୁ ମହାରାଷ୍ଟ୍ର ସରକାରଙ୍କ ଛୁଟିଦିନ ଘୋଷଣାକୁ ଚ୍ୟାଲେଞ୍ଜ କରି ପିଏଲ ଦାଖଲ କରିଛନ୍ତି। ଏହି ଆବେଦନ ଶିବାଙ୍ଗୀ ଅଗ୍ରୱାଲ, ବେଦାନ୍ତ ଗୌରବ ଅଗ୍ରୱାଲ, ସତ୍ୟଜିତ୍ ସିଦ୍ଧାର୍ଥ ସାଲଭେ ଏବଂ ଖୁସି ସନ୍ଦୀପ ବାଙ୍ଗିଆଙ୍କ ଦ୍ୱାରା ଦାଖଲ କରାଯାଇଛି। ସମସ୍ତେ ଏମଏନଏଲୟୁ , ମୁମ୍ବାଇ, ଜିଏଲସିଏବଂ ନିର୍ମା ଆଇନ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ଆବେଦନକାରୀଙ୍କ କହିବା ମୁତାବକ  ଯେକୌଣସି ଧାର୍ମିକ  କାର୍ଯ୍ୟକ୍ରମ ପାଳନ କରିବା ପାଇଁ ସର୍ବସାଧାରଣ ଛୁଟି ଘୋଷଣା ସମ୍ବିଧାନରେ ଧାର୍ଯ୍ୟ ନିରପେକ୍ଷତାର  ନୀତିର ଉଲ୍ଲଂଘନ ଅଟେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories