www.samajalive.in
Saturday, December 13, 2025
23.1 C
Bhubaneswar

ପଳାତକ ଘୋଷିତ ୪ ଆସାମୀଙ୍କ ଘର ଆଗରେ ଲାଗିଲା ନୋଟିସ

ଗୋପାଳପୁର: ଗୋପାଳପୁର ଥାନା ଅର୍ନ୍ତଗତ ଟାଟା କଲୋନୀର ବାଦପୂର୍ ଗ୍ରାମର ବନଜ ବିହାରୀ ପଟ୍ଟନାୟକ ଓରଫ ରୀଙ୍କୁ ପଟ୍ଟନାୟକକୁ ପଳାତକ ଘୋଷଣା କରାଯାଇଛି। ଡକାୟତ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଜଡ଼ିତ ଥିବା ବେଳେ ଅଭିଯୁକ୍ତ ଜଣକ କୋର୍ଟର ଆଦେଶକୁ ଅବମାନନା କରି ହାଜର ହେଉ ନ ଥିବାରୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ଦଳ ଟାଟା କଲୋନୀ ବାଦପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଡାକ ବାଜି ଯନ୍ତ୍ରରେ ଆସନ୍ତା ୩୦ ଦିନ ମଧ୍ୟରେ ଅଭିଯୁକ୍ତ କୋର୍ଟରେ ହାଜର ନ ହେଲେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବlଜ୍ୟlପ୍ତ କରାଯିବ ସହ ସଂପୃକ୍ତ ଥିବା ଘୋଷଣା କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି। ସେହିପରି ଗୋଳନ୍ଥରା ଥାନା ପକ୍ଷରୁ ୩ ଜଣ, ସିହଳାର ସୁଧାଂଶୁ ଶେଖର ପାଢ଼ୀ ,ପିତାତଳିର ଭୈରବ ସୁବୁଦ୍ଧି ଓ ତୁଳୁର ଦୁର୍ଯୋଧନ ନାୟକଙ୍କୁ ପଳାତକ ଘୋଷଣା କରାଯାଇ ସେମାନଙ୍କ ଘର ସମ୍ମୁଖରେ ନୋଟିସ ଟଙ୍ଗା ଯାଇଛି। ସୁଧାଂଶୁ ଓ ଭୈରବୀଙ୍କ ନାମରେ ଚେକ ବାଉନସ ମାମଲା ଥିବା ବେଳେ ଦୁର୍ଯୋଧନ ଦୁର୍ଘଟଣା ମାମଲାରେ ଜଡ଼ିତ ରହି କୋର୍ଟରେ ହାଜର ହେଉନଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories