www.samajalive.in
Wednesday, December 10, 2025
23.1 C
Bhubaneswar

ଅସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ପାଇଁ ୫ଟି ଅଧ୍ୟକ୍ଷଙ୍କୁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନାରେ ଜଳମଗ୍ନ ହୋଇଥିବା ପିତାପାଲି ଗ୍ରାମର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିସ୍ଥାପିତ ହୋଇ ରେଙ୍ଗାଲି ବ୍ଲକ ତବଡାବାହାଲ ପଞ୍ଚାୟତ ଅନ୍ତର୍ଗତ ବାରଡୁଙ୍ଗୁରୀ ଗୌଡପଡାରେ ଗତ ୬୬ ବର୍ଷ ହେଲା ଏକ ଟିଣ ଘରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ମନ୍ଦିର ଅର୍ଦ୍ଧ ନିର୍ମିତ ହୋଇ ପଡି ରହିଛି। ସରକାର ଜଗନ୍ନାଥ ସଂସ୍କୃତିର ସୁରକ୍ଷା,ବିକାଶ ଓ ପ୍ରସାର ଦିଗରେ ଗୁରୁତ୍ବ ଦେଉଥିବା ପରିପ୍ରେକ୍ଷୀ ରେ ଦୀର୍ଘ ବର୍ଷ ହେଲା ବାରଡୁଙ୍ଗୁରୀ ଗୌଡପଡାରେ ସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ଅଞ୍ଚଳବାସୀ ଆଜି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପାଣ୍ଡିଆନ ଆଜି ଧସିନକଉଡା ବ୍ଲକର ପଧାନପାଲି ଗସ୍ତରେ ଆସି ଥିବା ବେଳେ ଅଞ୍ଚଳବାସୀଙ୍କ ଏକ ପ୍ରତିନିଧିଦଳ ଜନସାଧାରଣଙ୍କ ସ୍ବାକ୍ଷରିତ ଦାବୀପତ୍ର ପ୍ରଦାନ କରିଥିଲେ।

ଦେଶର ଭବିଷ୍ୟତ ଦେଶର ଯୁବକମାନଙ୍କ ଉପରେ ନିର୍ଭର କରେ – ସ୍ୱାମୀ ବିବେକାନନ୍ଦ

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories