www.samajalive.in
Friday, December 5, 2025
26.1 C
Bhubaneswar

ଦେଶର ଭବିଷ୍ୟତ ଦେଶର ଯୁବକମାନଙ୍କ ଉପରେ ନିର୍ଭର କରେ – ସ୍ୱାମୀ ବିବେକାନନ୍ଦ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନାଶିକରେ ୨୭ ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି। ଜାତୀୟ ଯୁବ ଦିବସରେ ଯୁବକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୁବ ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ କହିଛନ୍ତି, ବ୍ରିଟିଶ ଶାସନ ସମୟରେ ସ୍ୱାମୀଜୀ ଦେଶକୁ ନୂଆ ଦିଗଦର୍ଶନ ଦେଇଥିଲେ। ସେ ଶ୍ରୀ ଅରବିନ୍ଦଙ୍କୁ ସ୍ମରଣ କରି କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଏବଂ ଶ୍ରୀ ଅରବିନ୍ଦ କହିଥିଲେ ଯେ ଦେଶର ଭବିଷ୍ୟତ ଦେଶର ଯୁବକମାନଙ୍କ ଉପରେ ନିର୍ଭର କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଦେଶର ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ବ୍ୟବସ୍ଥା କେବଳ ଯୁବ ଶକ୍ତି ଯୋଗୁଁ ସମ୍ଭବ ହୋଇଛି। ଜାନୁଆରୀ ୨୨ ପୂର୍ବରୁ ଦେଶର ସମସ୍ତ ଧାର୍ମିକ ସ୍ଥାନଗୁଡିକର ପରିଷ୍କାର ପରିଚ୍ଛନ୍ନତା ନିଶ୍ଚିତ କରିବାକୁ ଶ୍ରୀ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

- Advertisement -

ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ରୋଡ୍ ସୋରେ ଭାଗ ନେଇଥିଲେ। ସେ ପ୍ରସିଦ୍ଧ କାଲାରାମ ମନ୍ଦିର ପରିଦର୍ଶନ କରି ଗୋଦାବରୀ ନଦୀର ଆଳତୀ କରିଥିଲେ। ଏହି ଅବସରରେ ଆଜି ନାଶିକରେ ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟାର ଏକ ଚମତ୍କାର ମିଶ୍ରଣ ଦେଖିବାକୁ ମିଳିଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ରାମାୟଣରୁ ଉଦ୍ଧୃତି ଶୁଣିବାକୁ ପାଇଥିଲେ, ଯେଉଁଥିରେ ଭଗବାନ ରାମଙ୍କ ଅଯୋଧ୍ୟାକୁ ଫେରିବା ବିଷୟରେ ବର୍ଣ୍ଣନା କରାଯାଇଥିଲା। ମରାଠୀରେ ଏହି ଉପସ୍ଥାପନା କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଏହାର ହିନ୍ଦୀ ଅନୁବାଦ ଶୁଣିଥିଲେ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ ସମୟରେ ୩୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୁମ୍ବାଇରେ ଶ୍ରୀ ମୋଦୀ ଅଟଳ ସେଟୁ ଉଦଘାଟନ କରିବେ ଏବଂ ଏହା ମାଧ୍ୟମରେ ଯାତ୍ରା କରିବେ। ସେ ନାଭି ମୁମ୍ବାଇରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories