www.samajalive.in
Wednesday, December 10, 2025
26.1 C
Bhubaneswar

ଧାମରା ୟୁକୋ ବ୍ୟାଙ୍କର ୮୨ତମ ପ୍ରତିଷ୍ଠା ଦିବସ ପାଳିତ

ଧାମରା: ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କର ୮୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରହରି ମଲିକ ଯୋଗଦେଇ ଧାମରା ଅଂଚଳରେ ୟୁକୋ ବ୍ୟାଙ୍କ ଦୀର୍ଘ ୪୪ବର୍ଷ ହେବ ଧାମରାର ୮ଟି ପଂଚାୟତରେ ସେବା ଯୋଗାଇବା ସହ ସମସ୍ତ ଗ୍ରାହକ ମାନଙ୍କ ସହ ସୁସମ୍ପର୍କ ସ୍ଥାପନା କରିଆସିବା ସହ ସବୁବେଳେ ଗ୍ରାହକଙ୍କୁ କିପରି ସେବା ଯୋଗାଇଲେ ଆଗାମୀ ଦିନରେ ବ୍ୟାଙ୍କ ସହ ବାଣିଜ୍ୟିକ ସମ୍ଭନ୍ଧ ବଢ଼ିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଏହି ବ୍ୟାଙ୍କ ର ପରିସୀମା ବ୍ୟାପକ କରାଯିବା ଉଚିତ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ଦିବସରେ ଶାଖା ପରିଚାଳକ ଦୀପକ କୁମାର ପରିଡ଼ା ସଭାଟିକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କ ଶାଖାର ସତ୍ୟଶିବ ପଣ୍ଡା, ଶୁଭଙ୍କର ମିଶ୍ର, ସୌମ୍ୟରଞନ ବିଶ୍ୱାଳ, ପ୍ରତାପ କୁମାର ବେହୁରା, ଅମୁଲ୍ୟ କୁମାର ବେହୁରା,ସସ୍ମିତା ନାୟକ, ପଦ୍ୱୀପ ନାୟକ, ସୁବାଶ ମହାଳିକ ସମାଜସେବୀ ପିତାମ୍ବର ଦାସ,ନରହରି ମଲିକ, ସଦାନନ୍ଦ ବିଶ୍ୱାଳ, ଖଗେଶଯବର ନାୟକ, ଭାଗିରଥି ସାମଲ, ଚନ୍ଦ୍ରକାନ୍ତ ବଳ, ଶରତ ମଳିକ ଙ୍କ ସମେତ ବହୁ ଗ୍ରାହକ ଯୋଗ ଦେଇ ବ୍ୟାଙ୍କ ଯୋଗାଇ ଦେଉଥିବା ସେବା ବିଷୟରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ସେମାନେ ବ୍ୟାଙ୍କ ସହ ଓତପ୍ରୋତ ଭାବରେ ଜଡିତ ରହିବା ସହ ବ୍ୟାଙ୍କ କାରବାରେ ସହାୟକ ହେବେ ବୋଲି ମଧ୍ୟ ବକ୍ତବ୍ୟ ରଖିଥିଲେ। ଶେଷରେ ସହକାରୀ ପରିଚାଳକ ଶୁଭଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories