www.samajalive.in
Wednesday, December 10, 2025
26.1 C
Bhubaneswar

ସରସ୍ଵତୀ ଶିଶୁ ମନ୍ଦିରରେ ଛାତ୍ର ସଂସ୍କୃତି ପରୀକ୍ଷା

ପଦ୍ମପୁର: ଭାରତର ମହାନ୍ ଆଧ୍ୟାତ୍ମିକ ସଂସ୍କୃତି, ଶ୍ରେଷ୍ଠ ପରମ୍ପରା, ଜୀବନ ମୂଲ୍ୟ, ମହାପୁରୁଷଙ୍କ ଆଦର୍ଶ ଜୀବନ ଚରିତ, ଏହାର ଜ୍ଞାନବିଜ୍ଞାନର ଶ୍ରେଷ୍ଠତ୍ଵକୁ ଉପଲବ୍ଧି କରାଇବା ପାଇଁ ପ୍ରତି ବର୍ଷ ପରି ଚଳିତ ଶିକ୍ଷା ବର୍ଷ ୨୦୨୩ -୨୪ରେ ମଧ୍ୟ ପଦ୍ମପୁର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପଦ୍ମପୁର, ବାଳିକା ଉଚ୍ଚ ବିଦ୍ୟାଳୟ, ତ୍ରିବେଣୀ କଳା ବିଜ୍ଞାନ ମହାବିଦ୍ୟାଳୟ, ଗଜାନନ ବିଦ୍ୟା ନିକେତନ, ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ସର୍ବମୋଟ ୫୩୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାଟିକୁ ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଧାକୃଷ୍ଣ ସାହୁ ପରୀକ୍ଷା ପ୍ରମୁଖ ବଳରାମ ସାହୁ ଓ ସମସ୍ତ ଗୁରୁମା ଓ ଗୁରୁଜୀ ସମୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ପରୀକ୍ଷା ପରିଦର୍ଶକ ଭାବେ ଅନୁଷ୍ଠାନର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories