www.samajalive.in
Wednesday, December 10, 2025
26.1 C
Bhubaneswar

ନିଷ୍ଟ ଅନୁଷ୍ଠାନରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ସ୍ଥିତ ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ଟିମ୍ ପକ୍ଷରୁ ପାଲୁର ହିଲ୍ ଠାରେ ଥିବା ନିଷ୍ଟ ଶିକ୍ଷା ଅନୁଷ୍ଠାନ, ଏନସିସି ଏବଂ ଏନଏସଏସ ସହଯୋଗରେ କ୍ୟାମ୍ପସ ପରିସରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନିଷ୍ଟ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ସହ ଅନ୍ୟାନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ। ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ବ୍ରହ୍ମପୁର ଟିମର ସଦସ୍ୟ ମାନେ ପ୍ଲାଷ୍ଟିକର ବିଭିନ୍ନ ସାମଗ୍ରୀ କିପରି ପରିବେଶକୁ ପ୍ରଦୂଷଣ କରୁଛି ସେ ନେଇ ବିସ୍ତାର ଭାବରେ ବୁଝାଇଥିଲେ। ଏହା ସହ ନିଷ୍ଟ ଶିକ୍ଷା ଅନୁଷ୍ଠାନ ପରିସରକୁ ପ୍ଲାଷ୍ଟିକମୁକ୍ତରେ ପରିଣତ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଷ୍ଟ ଅନୁଷ୍ଠାନର ଅଧ୍ୟକ୍ଷ ପି. ରାଜେଶ କୁମାର, ଡ଼. ସବ୍ୟସାଚୀ ରଥ, ଡ଼. ପ୍ରୀତି ରଞ୍ଜନ ସାହୁ, ଏନଏସଏସ ସଂଯୋଜକ ପ୍ର. ନୃସିଂହ ପ୍ରସାଦ ତ୍ରିପାଠୀ,ଏନସିସି ସଂଯୋଜକ ପ୍ର. ଆଲୋକ ପାତ୍ର, ପବିତ୍ର ଗୌଡ଼, ଡ଼. ଅମରନାଥ ପାଢ଼ୀ, ଦୁର୍ଗାମାଧବ ପାଢ଼ୀ, ପିତାମ୍ବର ସାହୁ, ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସ୍ବେଚ୍ଛାସେବୀ ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶଙ୍କ ସହ ଅନ୍ୟ ସଦସ୍ୟ ମାନେ ଭାଗ ନେଇଥିଲେ। ସେହିପରି ଏନସିସି ତରଫ ରୁ ସ୍ୱୟଂ ଶୁଭମ, ଶ୍ରୀୟା ପଣ୍ଡା, ସାଗରୀକା ମହାପାତ୍ର, ରାଶି ରାୟ, ହର୍ଷିତ ଦୋରା, ଯୁଗନି ବରାଡ଼, ଅଂଶୁମାନ ଦାଶ, ଅଂଶୁମାନ ପାଢ଼ୀ ପ୍ରମୁଖ ଭାଗ ନେଇଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories