www.samajalive.in
Sunday, December 7, 2025
26.1 C
Bhubaneswar

ନୂଆ-ଓ ପକ୍ଷରୁ ସାମାଜିକ କାର୍ୟ୍ୟକ୍ରମ

ଗୋପାଳପୁର: ଗୋପାଳପୁର କଲେଜରେ ଆଜି ନୂଆ-ଓ ପକ୍ଷରୁ ସାମାଜିକ କାର୍ୟ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ଶିବିର କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ସି ଏଚ ଦିଲେଶ୍ଵର ରେଡି, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ୱରୀ ଦୋରା ପ୍ରମୁଖ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସକ୍ଷହିତ କରିଥିଲେ। ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

ଫୁଲବାଣୀ/ଫିରିଙ୍ଗିଆ: ଫିରିଙ୍ଗିଆ ଠାରେ ଥିବା ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦେଢ଼ମାସ ଧରି ଚାଲିଥିବା ଆମ ଓଡିଶା ଯୁବ ଓଡିଶା କାର୍ୟ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧକ୍ଷ ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଭାପତି ଲାଲନନ୍ଦ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲ, ସଭ୍ୟା ଜୟଶ୍ରୀ କହଁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ଦେଢ଼ମାସ ଧରି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିବା ବେଳ କାର୍ୟ୍ୟକ୍ରମର ଶେଷ ଭାଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

- Advertisement -

ସମ୍ବଲପୁର: ବୁଧବାର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମାନ୍ଧାତା ବାବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+ ୨ କଲେଜ), ମାନେଶ୍ଵର ରେ ଆୟୋଜିତ ନୁଆଁ -ଓ, ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମରେ ବିପର୍ୟ୍ୟାୟ ପରିଚାଳନା ରେ ସମାଜ ର ଭୂମିକା ‘ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ଗଣ୍ଡାରାମ ଘଡ଼ିଏଲ ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭା ରେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ସଦସ୍ୟ ତଥା ସମାଜସେବୀ ସୂର୍ୟ୍ୟ ପାଣିଗ୍ରାହୀ ଯୋଗଦେଇଥିଲେ। ପ୍ରାରମ୍ଭିକ ସୂଚନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ସତ୍ୟ ନାରାୟଣ ଚୌଧୁରୀ। ଆଲୋଚନା ରେ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଆଜିର ଦିନରେ ସେ ପ୍ରାକୃତିକ ବିପର୍ୟାୟ ହେଉ କି ମନୁଷ୍ୟକୃତ, ଏହା ସାରା ବିଶ୍ୱ ର ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ର ବିଷୟ ହୋଇଅଛି। ଯେମିତି ହେଉ ବିପର୍ୟାୟ ସମୟରେ କୌଣସି ବ୍ୟକ୍ତି ର ଜୀବନ ନ ଯାଉ ତଥା କ୍ଷୟକ୍ଷତି ର ମାତ୍ର ରେ ହ୍ରାସ ହେଉ, ସେଥିପାଇଁ ବିପର୍ୟାୟ ପରିଚାଳନା ରେ ସମାଜ ର ତଥା ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ ସରକାର ମଧ୍ୟ ଏହାର ସଚେତନତା ଉପରେ ବେଶୀ ମାତ୍ର ରେ ଗୁରୁତ୍ୱ ଦେଉଛି। ତେଣୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏ ଦିଗରେ ସଚେତନ ହେବା ସଂଗେ ସଂଗେ ସମାଜ ର ସମସ୍ୟା ର ସମାଧାନ ଦିଗରେ ଆଗେଇ ଆସିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ। ଏହି କାର୍ୟ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟାପକ ତୋଷାର ରଞ୍ଜନ ବାରିକ, ଧର୍ମେନ୍ଦ୍ର ଦାଶ, ପ୍ରକାଶ ହୋତା ଓ ପ୍ରଦୀପ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories