www.samajalive.in
Friday, December 5, 2025
20.1 C
Bhubaneswar

ଜିଲା ଓକିଲ ସଂଘ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ କୃଷ୍ଣଚନ୍ଦ୍ର ବାବୁ

ସମ୍ବଲପୁର: ସମ୍ବଲପୁର ଜିଲା ଓକିଲ ସଂଘର ଅନ୍ତରିଣ ସଭାପତି ସହିତ ଆଗାମୀ ୨୦୨୪ – ୨୫ ବର୍ଷ ପାଇଁ ହେବାକୁ ଥିବା ନିର୍ବାଚନ କମିଟିର ଅଧ୍ୟକ୍ଷ ରୂପେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲା ଓକିଲ ସଂଘର ସଭାପତି କୃଷ୍ଣଚନ୍ଦ୍ର ବାବୁଙ୍କୁ ଓଡ଼ିଶା ରାଜ୍ୟ ଓକିଲ ସଂଘ ପକ୍ଷରୁ ନିଯୁକ୍ତ କରାଯାଇଛି। ଓଡ଼ିଶା ରାଜ୍ୟ ଓକିଲ ସଂଘ ପକ୍ଷରୁ ଜାରି ପତ୍ର ସଂଖ୍ୟା ୧୧୪୮୦/୨୩, ତା. ୧୬.୧୨.୨୦୨୩ ଅନୁଯାୟୀ ସମ୍ବଲପୁର ଜିଲା ଓକିଲ ସଂଘର ଆଗାମୀ ନିର୍ବାଚନ ପାଇଁ ଅନ୍ତରିଣ କମିଟି ଗଠନ କରାଯାଇଛି। ଏଥି ପାଇଁ ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ବାବୁଙ୍କୁ ଅଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ସଦସ୍ୟଙ୍କୁ ଅନ୍ତରିଣ କମିଟିରେ ସାମିଲ କରାଯାଇଛି। ଏହି ନବ ଗଠିତ କମିଟିରେ ଶ୍ରୀ ବାବୁ ଙ୍କୁ ଅଧ୍ୟକ୍ଷ ରୂପେ ରଖାଯାଇଥିବା ବେଳେ କମିଟିରେ ବରିଷ୍ଠ ଆଇନଜୀବୀ ସୁରେଶ୍ୱର ମିଶ୍ର, ପ୍ରଦୀପ କୁମାର ବହିଦାର, ନିରଞ୍ଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ମହାନ୍ତି, ପ୍ରବଣୀ କୁମାର ସିଂଦେଓ, ମନୋରଞ୍ଜନ ଦାସ, ବିଜୟ କୁମାର ପୁରୋହିତ, ଅତନୁ କୁମାର ଘୋଷ, ଚିତ୍ରସେନ ମିଶ୍ର ଓ ରବିନାରାୟଣ ପୂଜାରୀଙ୍କୁ ସାମିଲ କରାଯାଇଛି। ଏହି କମିଟି ଆଗାମୀ ଦିନରେ ସଂଘର ନିର୍ବାଚନକୁ ପରିଚାଳନା ସହିତ ଭୋଟର ତାଲିକାକୁ ସଂଶୋଧିତ କରିବା ସହିତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ଗୁଡିକୁ ନିଷ୍ପାଦନ କରିବେ। ନିର୍ବାଚନ ପରେ ନୂତନ କମିଟ ଗଠନ ହେବା ପରେ ସେମାନେ ଦାୟିତ୍ୱ ନେବା ପର୍ଯ୍ୟନ୍ତ ଏହି ଅନ୍ତରିଣ କମିଟି ଦାୟିତ୍ୱରେ ରହିବେ। ସୂଚନାଯୋଗ୍ୟ ଯେ, ୨୦୧୩ – ୧୪ ମସିହାରେ ଶ୍ରୀ ବାବୁ ସମ୍ବଲପୁର ଜିଲା ଓକିଲ ସଂଘର ସଭାପତି ଥିବା ସମୟରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଇତିହାସର ସବୁଠାରୁ ବଡ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କାର୍ଯ୍ୟକ୍ରମ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏଥି ସହ ୨୦୨୦ ମସିହାରେ କୋଭିଡ ସମୟରେ ମଧ୍ୟରେ ସେ ଜିଲା ସଭାପତିର ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଗୁରୁଦାୟିତ୍ୱ ପାଇଁ ଶ୍ରୀ ବାବୁଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜଣାଯାଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories