www.samajalive.in
Friday, December 5, 2025
20.1 C
Bhubaneswar

ଟଙ୍କା ଲୁଟ ଉଦ୍ୟମ ବିଫଳ ହେବାରୁ ଫାୟାରିଂ କରି ଚମ୍ପଟ ମାରିଲା ଲୁଟିଆ

ସମ୍ବଲପୁର: ସମ୍ବଲପୁରରେ ପୁଲିସ ହାତରୁ ଆଇନ ବ୍ୟବସ୍ଥା ଖସି ସାରିଥିବାରୁ ଅପରାଧି ମାନେ ନିର୍ଭୟ ରୂପେ ଅପରାଧିକ ଘଟଣା ଗୁଡିକୁ ଭିଆଇ ଚାଲିଛନ୍ତି। ସୋମବାର ସ୍ପଷ୍ଟ ଦିବାଲୋକରେ ଜଣେ ବୁଲା ବିକାଳୀ ଅହମଦ ଅଲ୍ଲୀକୁ ଜଣେ ଅଭ୍ୟାସଗତ ଅପରାଧି ଏମଡି ଇସଲାମ ଟଙ୍କା ଦାବି କରି ନ ପାଇବାରୁ ଏକ ବ୍ୟାଟେନ ସାହାଯ୍ୟରେ ମାରିବାରୁ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିବାର ପ୍ରାୟ ୨୪ ଘଣ୍ଟା ପରେ କ୍ଷେତରାଜପୁର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଲୁଟ କରିବା ପାଇଁ ଫାୟାରିଂ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, କ୍ଷେତରାଜପୁର ପୋଦ୍ଦାର କଲୋନୀ ନିବାସୀ ମୁକେଶ ଜୈନ ସବୁ ଦିନ ଭଳି ଆଜି ମଧ୍ୟ ତାଙ୍କର କିରାନା (ହୋଲସେଲ) ଦୋକାନ ବନ୍ଦ କରି ରାତ୍ର ପ୍ରାୟ ୧୦ଟା ସମୟରେ ଘରକୁ ଫେରିଥିଲେ। ଘର ସମ୍ମୁଖରେ ତାଙ୍କର ସ୍କୁଟ ରଖି ଡିକିରେ ରଖିଥିବା ଟଙ୍କା ଭର୍ତ୍ତି ବ୍ୟାଗ ବାହାର କରୁଥିବା ବେଳେ ସେହି ସମୟରେ ଜଣେ ଯୁବକ ଅଚାନକ ଆସି ଉକ୍ତ ଟଙ୍କା ବ୍ୟାଗକୁ ଲୁଟିବା ପାଇଁ ଚେଷ୍ଟା କରିଥିଲେ। ତେବେ ବ୍ୟବସାୟୀ ଜଣକ ଏହାର ପ୍ରତିବାଦ କରିବା ସହିତ ପାଟି କରିବାରୁ ସ୍ଥାନୀୟ ଲୋକେ ଆସିଯିବାରୁ ଉତ୍ତ୍ୟକ୍ତ ହୋଇ ଯୁବକ ଏକ ପିସ୍ତଲ ବାହାର କରି ଫାୟାରିଂ କରିଥିଲେ ଏବଂ ଘଟଣାସ୍ଥଳରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ତେବେ ଟଙ୍କା ଲୁଟ ସମୟରେ ହୋଇଥିବା ଧସ୍ତାଧସ୍ତି ସମୟରେ ଲୁଟିଆର ଏକ ଚପଲ ଖୋଲି ସେହି ଠାରେ ରହିଯାଇଥିଲା। ଏ ସମ୍ପର୍କରେ ପୁଲିସ ଏସଡିପିଓ ପ୍ରଦୀପ ସାହୁ ଘଟଣାକୁ ସ୍ୱିକାର କରିବା ସହିତ କାହାରିକୁ କିଛି ହୋଇ ନ ଥିବା ବେଳେ ଟଙ୍କା ମଧ୍ୟ ଲୁଟ ହୋଇ ନ ଥିବାର କହିଛନ୍ତି।

ଘଟଣାର ଖବର ପାଇ ଘଟଣାସ୍ଥଳକୁ ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ, ଏସଡିପିଓ ପ୍ରଦୀପ ସାହୁଙ୍କ ସମେତ ପୁଲିସ ଦଳ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ପଡ଼ିଥିବା ଗୁଳିର ଖୋକା ଓ ଲୁଟିଆର ଗୋଟିଏ ଚପଲକୁ ପୁଲିସ ଜବତ କରି ତଦନ୍ତ କରୁଛି। ଅଞ୍ଚଳରେ ଲାଗିଥିବା ସିସିଟିଭି ଗୁଡିକ ଯାଞ୍ଚ କରି ପୁଲିସ ଲୁଟିଆ ମାନଙ୍କୁ ଧରିବାର ପ୍ରୟାସ କରୁଛି।

- Advertisement -

ଅପରପକ୍ଷରେ ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକରେ ଲୋକେ ନିଜର ରୋଷ ପୁଲିସ ଉପରେ ଜାହିର କରୁଛନ୍ତି। ଅଞ୍ଚଳରେ ଚାଲିଥିବା ଚର୍ଚ୍ଚାନୁଯାୟୀ, ଲୁଟିଆ ଗୋଟିଏ ରାଉଣ୍ଡ ଗୁଳି ଫାୟାରିଂ କରିଥିବା ବେଳେ ବ୍ୟବସାୟୀଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ଫେରାର ମାରିଛନ୍ତି। ଆଗାମୀ ଦିନରେ ନବ ବର୍ଷ ଆସୁଥିବା ବେଳେ ଲୋକେ ଉତ୍ସବ ମୁଖର ରହିଥିବା ବେଳେ ସହରର ଏଭଳି ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ସମ୍ବଲପୁର ପୁଲିସ ଆଗାମୀ ଦିନରେ ଜନତାଙ୍କ କେତେ ଆସ୍ଥା ଭାଜନ ହୋଇ ପାରିବ ତାହା ସମୟ ହିଁ କହିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories