www.samajalive.in
Saturday, December 6, 2025
15.1 C
Bhubaneswar

କଳା ସଂସ୍କୃତି ବଞ୍ଚାଇ ରଖିବାରେ ମହୋତ୍ସବ ଉପଯୁକ୍ତ ମାଧ୍ୟମ

ଆଠଗଡ଼: ଓଡ଼ିଶା ତଥା ଆଠଗଡ଼ର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ଏହିପରି ମହୋତ୍ସବ ଏକ ଉପଯୁକ୍ତ ମାଧ୍ୟମ ବୋଲି ଆଠଗଡ଼ ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ମତବ୍ୟକ୍ତ କରିଥିଲେ। ଆଠଗଡ଼ର ଇତିହାସ ଅତ୍ୟନ୍ତ ମହାନ ଏବଂ ଏହାକୁ ଉତ୍ତରପୀଢି ପାଇଁ ଉଜ୍ଜୀବିତ ରଖିବା ଲାଗି ପ୍ରୟାସ କରିବା ଜରୁରୀ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ମହୋତ୍ସବ କମିଟିର ସଭାପତି ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିରେ ପୌରୋହିତ୍ୟ କରି ଆଠଗଡ଼ର ଅସ୍ମିତାର ପରିଚୟ ସୃଷ୍ଟି କରିବା ଏବଂ ମହୋତ୍ସବକୁ ଚିରସ୍ଥାୟୀ କରିବା ଲାଗି ଜାତି, ଧର୍ମ, ଦଳମତ ନିର୍ବିଶେଷର ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ଏହି ମହୋତ୍ସବ ଆମ ଭବିଷ୍ୟତ ବଂଶଧରଙ୍କୁ ଦିଗଦର୍ଶନ ଦେବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ କଟକ-ଚୌଦ୍ୱାର ବିଧାୟକ ସୌଭିକ ରଞ୍ଜନ ବିଶ୍ୱାଳ ଯୋଗଦେଇ ଆଠଗଡ଼ ମହୋତ୍ସବ ଦେଖିବା ପରେ ଏହା ଏକ ମିନି ବାଲିଯାତ୍ରା ପରି ଲାଗୁଛି ଏବଂ ଆଠଗଡ଼ ଗଡ଼ଜାତ ଅଞ୍ଚଳର ଐତିହ୍ୟ, କଳା, ସଂସ୍କୃତି, ଲୋକକଳା ବଞ୍ଚାଇ ରଖିବାରେ ଏହି ମହୋତ୍ସବ ବିଶେଷ ଭାବେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ତିଗିରିଆ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ରାଉତ ଓ ସଦସ୍ୟ ସଂଜୟ ମଲ୍ଲିକ ପ୍ରମୁଖ ଉଦ୍‌‌ବୋଧନ ଦେଇଥିଲେ। କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଏଥିରେ ସଂଯୋଜନା କରିଥିବାବେଳେ ସହ ସଂଯୋଜକ ଯଶୋବନ୍ତ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାମଲୀଳା ନାଟ୍ୟଗୁରୁ କାଶିନାଥ ବେଉରା, ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସ, ନାଟ୍ୟକାର ପ୍ରଶାନ୍ତ କୁମାର ପୁହାଣ, ସମାଜସେବୀ ବ୍ରଜବନ୍ଧୁ ଲେଙ୍କା ଏବଂ ବିଜ୍ଞାନ ଗ୍ରାଫିକ୍‌‌ ଡିଜାଇନରେ ଆନ୍ତର୍ଜାତୀୟସ୍ତରରେ ସମ୍ମାନିତ ବୈଭବ ମହାରଣାଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ। ଉପନଗରପାଳ ବି.ଶୁଭ୍ରଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। ଗୀତିକାର ରାଧାନାଥ ଦାସ, ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳ, ପାର୍ଥସାରଥୀ ପଟ୍ଟନାୟକ, ନବକିଶୋର ରାଉତ, ଶଶଧର ମହାରଣା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଦ୍ୟୁମ୍ନ କୁମାର ରାୟସାମନ୍ତ ଶୁଭେନ୍ଦୁ ବେଉରା, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ରାଉତ, କୁଳମଣି ପଣ୍ଡା, ସତ୍ୟପ୍ରିୟ ମହାନ୍ତି, ସନ୍ତୋଷ ରଥ, ମହିମା ରାଉତ, ଏବଂ ସମସ୍ତ କାଉନସିଲର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

- Advertisement -

ଆଠଗଡ଼ ମହୋତ୍ସବ ୫ର୍ଥ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌‌ ମଜୁମଦାର ଓ ସାଥୀଙ୍କ ସଂଗୀତ ଶହ ଶହ ଦର୍ଶକଙ୍କ ମନ ମୋହିନେଇଥିଲା। ଏଥି ସହିତ ରାଜ୍ୟ ସଂସ୍କୃତି ବିଭାଗର ବିଭିନ୍ନ କଳାକାର ଦଳ, ଆଠଗଡ଼ର ଏବିସିଡି ଡ୍ୟାନ୍ସ ଗୃପ, ବଲିଉଡ ଡ୍ୟାନ୍ସ ଗୃପ, ଗଞ୍ଜାମର ପ୍ରସନ୍ନାକ୍ଷୀ, ଆଠଗଡ଼ ସାଂସ୍କୃତିକ ପରିଷଦ, ଓଁକାର ଡ୍ୟାନ୍ସ ଏକାଡେମୀ, ବିଶ୍ୱଜନନୀ କଳା ପରିଷଦ କଳାକାରଙ୍କ ସମେତ ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉଚ୍ଚକୋଟିର ନୃତ୍ୟଗୀତ ପ୍ରଦର୍ଶନ କରି ଦର୍ଶକକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories