ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ସ୍ଥଗିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ହୋଇଛି। ୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତରଞ୍ଜନ ତରାସିଆଙ୍କ ପକ୍ଷରୁ ଏହି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଓ ଅନ୍ୟାନ୍ୟ ଦାବି ପୂରଣ ନ ହେଲେ ଡିସେମ୍ବର ୨୦ ତାରିଖରୁ ୩୦ ହଜାର ଅମଲା ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ମଧ୍ୟ ଦାବି ନେଇ ଅମଲା ମଞ୍ଚ ଗତ ଜୁନ୍ ମାସରେ ୧୬ ଦିନ ଧରି ଆନ୍ଦୋଳନ କରିଥିଲେ।
ମିଳିଲା ସରକାରଙ୍କ ପ୍ରତିଶ୍ରୁତି ; ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ
Popular Categories



