ଆଠଗଡ଼: ପବିତ୍ର ପ୍ରଥମାଷ୍ଟମୀ ଉପଲକ୍ଷେ ମଙ୍ଗଳବାର ଆଠଗଡ଼ ସହରର ଗୋପବନ୍ଧୁ ଛକ, ନୃସିଂହ ଛକ ଏବଂ ରଥଗଡା ଠାରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଛକଠାରେ କନ୍ଦରପୁର, ଅରଖପାଟଣା, ନଣ୍ଡାଇଲୋ, ଘୋଳପୁରର ସଂକୀର୍ତ୍ତନ ଦଳ, ନୃସିଂହ ମନ୍ଦିରଠାରେ ଆଙ୍କୁଲା, ତଇଲାମାଳ, କନ୍ତପହଁରା, ଓସ୍ତିଆ, ମେଘା ସଂକୀର୍ତ୍ତନ ଦଳ ଏବଂ ରଥଗଡାଠାରେ ବାଲିପଦା ଓ ଫୁଲବାଡି ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଆଠଗଡ଼ ଏବଂ ଉତ୍ତର ବାଙ୍କୀର ରାଧାକୃଷ୍ଣ ସଂକୀର୍ତ୍ତନ ମହାମଣ୍ଡଳ ସଭାପତି ଅଜୟ କୁମାର ଦାସ ଓ ସମ୍ପାଦକ ସୁଧାକର ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ କୈବର୍ତ୍ତ ସାହି, ଝରଣଛକ ଓ ରଥଗଡା ଅଞ୍ଚଳର ଅଧିବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Popular Categories



