www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ବଲପୁରରେ ଆଜି ସକାଳ ୭ରୁ ସନ୍ଧ୍ୟା ୬ଟା କର୍ଫ୍ୟୁ କୋହଳ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ସମ୍ବଲପୁରଠାରେ ଆରମ୍ଭ ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ୪ ଦିନ ହେବ ସାନ୍ଧ୍ୟ ଆଇନ (କର୍ଫ୍ୟୁ) ବଳବତ୍ତର ରହିଛି। ତେବେ ପରିସ୍ଥିତିରେ ସୁଧାର ଆସୁଥିବାରୁ ଜିଲା ପ୍ରଶାସନ କର୍ଫ୍ୟୁରେ କୋହଳ ଅବଧିକୁ ବୃଦ୍ଧି କରିଛି। ସଦର ଉପଜିଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁରେ ୧୧ ଘଣ୍ଟାର କୋହଳ କରାଯାଇଛି। ଏଥି ସହ ଜନତାଙ୍କ ମଧ୍ୟରେ ପ୍ରଶାସନ ଓ ପୁଲିସର ଭରସାକୁ ଫେରାଇ ଆଣିବାକୁ ସୋମବାର ଠାରୁ ବିଭିନ୍ନ ପଡ଼ାରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ନେଇ ସମନ୍ୱୟ ବୈଠକଗୁଡିକ ଜାରି ରହିଛି। ମଙ୍ଗଳବାର ସମ୍ବଲପୁରଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ଚାମ୍ବର ଅଫ କମର୍ସ, ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଏସୋସିଏନ ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ଗତକାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୯ଟାରେ ହିନ୍ଦୁ ମାନଙ୍କୁ ନେଇ ବୈଠକ ହେବା ପରେ ଦିନ ୧୧ଟା ୩୦ରେ ମୁସଲିମ ସମ୍ପ୍ରଦାୟ ସହିତ ବୈଠକ ହୋଇଥିଲା। ମଙ୍ଗଳବାରର ସ୍ଥିତି ସମ୍ପର୍କରେ ଜିଲାପାଳ ଅନନ୍ୟା ଦାସ କହିଛନ୍ତି ଯେ, ସହରରେ ଶାନ୍ତିଶୃଙ୍ଖଳା ରହିଛି। ଜନତା ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବିଭିନ୍ନ ପଡ଼ାଗୁଡିକର ବ୍ୟକ୍ତି ବିଶେଷମାନଙ୍କୁ ଡକାଯାଇ ଶାନ୍ତି ବୈଠକ ଗୁଡିକ କରାଯାଉଛି। ଏ ସମ୍ପର୍କରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର କହିଛନ୍ତି ଯେ, ସହରରେ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରୁଛି। ଫେରାର ଥିବା ଗଣ୍ଡୋଗଳକାରୀ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଇଦ ଅବସରରେ ସାମୂହିକ ଭାବରେ ନମାଜ ଆୟୋଜନ ପାଇଁ ମୁସଲିମ ସମ୍ପ୍ରଦାୟଙ୍କୁ ବାରଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories