www.samajalive.in
Sunday, December 7, 2025
26.1 C
Bhubaneswar

କ୍ରାନ୍ତି ଦିବସରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବ ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: କ୍ରାନ୍ତି ଦିବସରୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆରମ୍ଭ ହେବ । ସାରା ରାଜ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ । ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ରାଜ୍ୟର ସମସ୍ତ ଜିଲାରେ ଆୟୋଜନ ହେବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର ଏବଂ ସହ ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ଓଡିଶାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହେ ବ୍ୟାପି  ରକ୍ତଦାନ ଶିବିର ଆୟୋଜନ କରାଯିବ ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କାହାକୁ ଯେମିତି ରକ୍ତର ଅଭାବ ନରୁହେ। ମୁଖ୍ୟମନ୍ତ୍ରୀଙ୍କ ସେହି ଆହ୍ବାନକୁ  ‘ଓଡ଼ିଶା ମୋ ପରିବାର’ ଏକ ପାଦ ଆଗକୁ ନେଇଛି ।  କୋଭିଡ୍ ସଂକଟରେ ଛୋଟ ଛୋଟ କ୍ୟାମ୍ପ ଗୁଡିକର ଆୟୋଜନ କରି କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ଯାଏଁ ଏହି ୭ ଦିନ ୩୨ଟି ସ୍ଥାନରେ ରକ୍ତଦାନ ଅଭିଯାନ କରିବ ‘ଓଡ଼ିଶା ମୋ ପରିବାର’ । ଏଥିରେ ଆଗ୍ରହ ଥିବା ବ୍ୟକ୍ତି ସବୁ ସାମିଲ ହୋଇପାରିବେ । ଏଥିପାଇଁ ମୋ ଓଡିଶା ପକ୍ଷରୁ ସବୁ ପ୍ରକାର ନିର୍ଦ୍ଦେଶନା ଦିଆଯାଇଛି । କୋଭିଡ୍ ନିୟମ ସହ ୭ ଦିନ ଧରି ଏହି ଅଭିଯାନ ଚାଲିବ ।

- Advertisement -

ଏ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରାଯିବ । ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ପାଖାପାଖି ୨ ଲକ୍ଷ ୟୁନିଟ ରକ୍ତ ସଂଗୃହୀତ ହେଉଥିବା ବେଳେ, କରୋନା ପାଇଁ ରକ୍ତଭଣ୍ଡାରରେ ସଂକଟ ଦେଖାଦେଇଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି । ପ୍ରତି ଜିଲାର ବିଧାୟକ, ସାସଂଦ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ, ମହିଳା ସଂଗଠନଙ୍କୁ ସପ୍ତାହବ୍ୟାପୀ ଚାଲିବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବାକୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ  ଆହ୍ୱାନ ଦିଆଯାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories