ଉଠିଲା ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ, ଶ୍ରଦ୍ଧାଳୁ ଜାଳିଛନ୍ତି ଜାଗର ଓ ପାଳିଛନ୍ତି ମହାଶିବରାତ୍ରୀ
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ଟା ୮ ମିନିଟରେ ଉଠିଲା ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ବିଳମ୍ବରେ ହୋଇଥିବା ନୀତିକାନ୍ତି ଶେଷ ହେବା ପରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପରେ ମହାଦୀପ ଉଠିଥିଲା। ଏହି ସମୟରେ ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଲା ଏକାମ୍ର କ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶନିବାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି।
ଆଜି ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ। ଏହି ଅବସରରେ ପାଳିତ ହେଉଛି ମହାଶିବରାତ୍ରୀ। ମହାପ୍ରଭୁ ଶିବଙ୍କ ଆଶିଷ ପାଇଁ ଶ୍ରଦ୍ଧାଳୁ ଜାଳିଛନ୍ତି ଜାଗର ଓ ପାଳିଛନ୍ତି ମହାଶିବରାତ୍ରୀ ମନୋକାମନା ପୂର୍ଣ୍ଣ ଲାଗି ଭକ୍ତିଭାବନାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳୁଛି। ସବୁ ଶୈବପୀଠରେ ପାଳନ ହେଉଛି ମହାଶିବରାତ୍ରୀ। ତେବେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନରେ ସ୍ବତନ୍ତ୍ରତା ରହିଛି। ରାତି ଉଜାଗର ରହି ମନ୍ଦିର ପରିସରରେ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ।
ଆଜି ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ବେଢ଼ା ପରିକ୍ରମା କରାଇବା ପରେ ସେବାୟତ ମହାଦୀପ ଉଠାଇଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧ଟା ୮ ମିନିଟ ସମୟରେ ମହାଦୀପ ଉଠିଛି। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ସମର୍ଥା ମହାଦୀପ ଉଠାଇଛନ୍ତି। ମହାଦୀପ ଉଠିବା ସମୟରେ ହର ହର ମହାଦେବ ଧ୍ୱନିରେ କମ୍ପିଥିଲା ଲିଙ୍ଗରାଜ ମନ୍ଦିର ପରିସର। ଏଠାରେ ସୂଚନା ଯୋଗ୍ୟ ଯେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା।
ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହାପରେ ସାହାଣମେଲା ଦର୍ଶନ ନୀତି ସମ୍ପନ୍ନ କରାଯିବ, ଚାରି ପ୍ରହର ପୂଜା ରାତ୍ର ପରେ ହରିହର ଭେଟ ଭୋର ପର୍ଯ୍ୟନ୍ତ ଚାଲିବ । ଭୋରରୁ ସକାଳ ପର୍ଯ୍ୟନ୍ତ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠ।। ଏହାସହ ମନ୍ଦିରରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ବି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ ରଖିବା ସହ ଦୀପ ଜାଳି ଶିବଙ୍କ ଉପାସନା କରୁଛନ୍ତି। ଆଜି ସମଗ୍ର ଅଞ୍ଚଳ ଭକ୍ତିମୟ ଓ ଶିବମୟ ହୋଇଯାଇଛି।
Comments are closed.