www.samajalive.in
Saturday, December 6, 2025
14.1 C
Bhubaneswar

ନୂଆ ପୁଲିସ ଡିଜି ଚର୍ଚ୍ଚା ବଢ଼ିଲା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୁର ଖୁରାନିଆ ଭେଟିବା ପରେ ନୂଆ ଡିଜି ନିଯୁକ୍ତି ନେଇ ଚର୍ଚ୍ଚା ବଢ଼ିଛି। ଶ୍ରୀ ଖୁରାନିଆ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ୧୦ମିନିଟ୍ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ନୂଆ ଡିଜିଙ୍କ ମନୋନୟନ କାର୍ଯ୍ୟ ୟୁପିଏସ୍ସି ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ୬ଜଣ ବରିଷ୍ଠ ଅଧିକାରୀଙ୍କ ନାମ ୟୁପିଏସ୍ସିକୁ ଯାଇଛି। ସେଥିରୁ ୩ଜଣଙ୍କ ନାମ ୟୁପିଏସ୍ସି ରାଜ୍ୟ ସରକାରଙ୍କୁ ସୁପାରିସ କରିବ। ସେଥିମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ନିଜ ଇଚ୍ଛା ଅନୁସାରେ ନୂଆ ଡିଜି ଭାବେ ନିଯୁକ୍ତି ଦେବେ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଡେପୁଟେସନରେ ଥିବା ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ର ସରକାର ଇତିମଧ୍ୟରେ ନିଜର ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories