www.samajalive.in
Saturday, December 6, 2025
16.1 C
Bhubaneswar

ଛୁରି, ପେଚକସ୍‌ ଭୁସି ନାବାଳକଙ୍କୁ ହତ୍ୟା

ସମ୍ବଲପୁର: ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଛୁରି ଏବଂ ପେଚକସ୍‌ ତାଙ୍କ ଛାତିରେ ଭୁସି ହତ୍ୟା କରିଛନ୍ତି। ସ୍ଥାନୀୟ ଦାନୀପାଲି ଅଞ୍ଚଳରେ ଥିବା ପୋଲ ଉପରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଅମିତ ସିଂହ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାନରେ, ମଙ୍ଗଳବାର ରାତ୍ରି ପ୍ରାୟ ୮ଟା ସମୟରେ ଅମିତଙ୍କ ସହିତ କିଛି ଯୁବକଙ୍କର ପୂର୍ବ ବିବାଦକୁ ନେଇ ଦାନୀପାଲି ରାମଚଣ୍ଡୀ ମନ୍ଦିର ନିକଟରେ ଥିବା ପୋଲ ଉପରେ ବିବାଦ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଛୁରୀ, ପେଚକସ ଆଦିରେ ତାଙ୍କର ଛାତିକୁ ଆକ୍ରମଣ କରାଯାଇଥିଲା । ଫଳରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ତୁରନ୍ତ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥି ସହ ଆଉ ଜଣେ ଯୁବକ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସଦର ଏସଡିପିଓ ତୁଫାନ ବାଗଙ୍କୁ ପଚାରାଯିବାରୁ ସେ ଘଟଣାଟି ଘଟିଥିବା ସ୍ୱୀକାର କରିଥିବା ବେଳେ ତଦନ୍ତ ଚାଲିଛି ଏବଂ ମୃତ୍ୟୁବରଣ କରିଥିବା ଯୁବକ ଜଣକ ନାବାଳକ ବୋଲି କହିଛନ୍ତି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ଘଟଣାସ୍ଥଳକୁ ଯାଇଛନ୍ତି ବୋଲି କହିଥିଲେ।

- Advertisement -

ସୂଚନାଯୋଗ୍ୟ, ସହର ତଥା ଆଖପାଖ ଅଞ୍ଚଳରେ ଆପରାଧିକ ଗତିବିଧି ରୋକିବା ପାଇଁ ପୁଲିସ ଦ୍ୱାରା ସ୍ୱତନ୍ତ୍ର କ୍ୟାବିନ ବ୍ୟବସ୍ଥା କରାଯାଇ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରାଯାଇଛି । ଏଭଳି ଏକ କ୍ୟାବିନ ଘଟଣାସ୍ଥଳରୁ ମାତ୍ର କେଇ ଶହ ମିଟର ଦୂରରେ ଅବସ୍ଥିତ ଗୁରୁ ନାନକ ସ୍କୁଲ ସମ୍ମୁଖରେ ରଖାଯାଇଛି। ସେଠାରେ ୨୪ ଘଣ୍ଟା ପୁଲିସ ମଧ୍ୟ ମୁତୟନ ରହିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ, ଏହି ଘଟଣା ଘଟୁଥିବା ବେଳେ ପୁଲିସ ତାର ଟେର ସୁଦ୍ଧା ପାଇ ନ ଥିବା ବେଳେ ଅଭିଯୁକ୍ତ ଘଟଣା ପରେ ଚମ୍ପଟ ମାରିଥିଲେ। ଅପରପକ୍ଷରେ ଏହି ଅଞ୍ଚଳଟି ସ୍ପର୍ଶକାତର ଅଞ୍ଚଳ ହୋଇଥିବା ବେଳେ କିଛି ବର୍ଷ ତଳେ ମଧ୍ୟ ଆଜି ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ନିକଟରେ ହତ୍ୟାକାଣ୍ଡ ଘଟଣା ଘଟିଛି । ଏହି ଅଞ୍ଚଳରେ ପୂର୍ବରୁ ବିଭିନ୍ନ ସମୟରେ ଗୋଷ୍ଠୀ ବିବାଦ ଘଟିଥିବା ନଜିର ରହିଥିବାବେଳେ ପୁଲିସ ପୁତୟନ ସ​‌ତ୍ବେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଓ ପୁଲିସ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories