Patra electronics

ପ୍ରକାଶ ପାଇଲା ବିଜ୍ଞପ୍ତି : ଆସନ୍ତା ୨୨ରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦ ନିର୍ବାଚନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଆସନ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର,ଖଲିକୋଟ,କୁକୁଡାଖଣ୍ଡି, କଳାହାଣ୍ଡି ଜିଲ୍ଲା ନର୍ଲ୍ଲା,ନବରଙ୍ଗପୁର ଜିଲ୍ଲା ରାଇଘର ଏବଂ ନୟାଗଡ ଜିଲ୍ଲା ଭାପୁର ପଂଚାୟତ ସମିତି ଅଧ୍ୟକ୍ଷ ଆସନ ଗୁଡିକ ପାଇଁ ଆସନ୍ତା ୨୨ ତାରିଖ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ କମିଶନର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ ଚାଲିଛି ।ଅନ୍ୟପଟେ ହରଭଙ୍ଗା ପଂଚାୟତ ସମିତି ଉପାଧ୍ୟକ୍ଷ ଆସନ ହାତେଇବା ପାଇଁ ବିଜେପି ସମ୍ପୂର୍ଣ୍ଣ ଦାବୀଦାର ରହିଛି । ମାତ୍ର ବିଜେପି ହାତରୁ ବିରୋଧି ବିଜେଡି କିପରି ଉପାଧ୍ୟକ୍ଷ ଆସନ ହାତେଇବା ଲକ୍ଷ୍ୟରେ ଭିତିରିଆ ରଣନୀତି ଚାଳେଇଥିବା ଚର୍ଚ୍ଚା ଜୋର ଧରିଛି । ଉପାଧ୍ୟକ୍ଷ ଉପନିର୍ବାଚନକୁ ଆଉ ଆଠଦିନ ବାକିଥିବାବେଳେ ଏହାକୁ ନେଇ ଶାସକ ବିଜେପି ଏବଂ ବିରୋଧି ବିଜେଡି ମଧ୍ୟରେ ରାଜନୈତିକ ଗୋଟିଚାଳନା ଆରମ୍ଭ ହୋଇଯାଇଛି ।ପ୍ରକାଶ ଯେ ୨୨ପଞ୍ଚାୟତକୁ ନେଇ ହରଭଙ୍ଗା ବ୍ଲକ ଗଠନ ହୋଇଛି । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୨୨ ସମିତି ସଭ୍ୟ ମଧ୍ୟରୁ ୧୨ଜଣ ବିଜେପି ସମର୍ଥୀତ ସମିତି ସଭ୍ୟକୁ ନେଇ ବିଜେପି ହରଭଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷା ଆସନ ହାତେଇଥିଲା । ଏହା ସହିତ ବିଜେପି ଉପାଧ୍ୟକ୍ଷ ଆସନ ହାତେଇ ବିରୋଧି ବିଜେଡିକୁ ଚକମା ଦେଇ ବ୍ଲକରେ ନିଜର ରାଜନୈତିକ ପତିଆରା ଜାହିର କରିଥିଲା । ମାତ୍ର ଚଳିତ ସାଧାରଣ ନିର୍ବାଚନରେ ହରଭଙ୍ଗା ଉପାଧ୍ୟକ୍ଷଥିବା ସରୋଜ କୁମାର ପ୍ରଧାନ ବୌଦ୍ଧ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବା ସହିତ ନିର୍ବାଚନ ଲଢି ଏଥିରେ ବିଜୟ ହେବା ପରେ ବ୍ଲକ ଉପାଧ୍ୟକ୍ଷ ପଦବୀ ଆସନରୁ ଇସ୍ତଫା ଦେଇଥିଲେ । ଯାହାଫଳରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଆସନ ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଖାଲିପଡିଥିଲା । ଉପାଧ୍ୟକ୍ଷ ଆସନ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଏହି ଆସନକୁ ନେଇ ରାଜନୈତିକ ଛକାପଂଚା ଲାଗିରହିଛି । ବିଜେପି ହାତରେ ୧୧ଜଣ ସମିତି ସଭ୍ୟ ଥିବାବେଳେ ବିରୋଧି ବିଜେଡି ହାତରେ ୧୦ଜଣ ସମିତି ସଭ୍ୟ ରହିଛନ୍ତି ।ଦୀର୍ଘ ୨୫ବର୍ଷପରେ ବିଜେଡିର ଦୁର୍ଗଭାଙ୍ଗି ବୌଦ୍ଧ ବିଧାୟକଭାବେ ବିଜେପିର ସରୋଜ କୁମାର ପ୍ରଧାନ ଏହି ଆସନରେ ବସିବାପରେ ଉପାଧ୍ୟକ୍ଷ ଆସନ ହାତେଇବା ପାଇଁ ବିଜେପି ପାଇଁ ସହଜ ମନେ ହେଉଛି । ଅନ୍ୟପଟେ ବୌଦ୍ଧ ବିଧାୟକ ସରୋଜଙ୍କ ପନ୍ତ୍ରୀ ସ୍ନେହଲତା ପ୍ରଧାନ ହରଭଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷା ରହିଥିବା ବେଳେ ବିଜେପି କୌଣସି ମତେ ଉପାଧ୍ୟକ୍ଷ ଆସନ ହାତଛଡା କରିବ ନାହିଁ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଗୋଟେପଟେ ସ୍ୱାମୀ ବିଧାୟକ ଆସନରେ ରହିଥିବାବେଳେ ପନ୍ତ୍ରୀ ବ୍ଲକ ଅଧ୍ୟକ୍ଷା ଆସନରେ ବସିଥିବା ଘଟଣା ବିରୋଧି ବିଜେଡି ପାଇଁ କଣ୍ଟା ସାଜିଛି ।ଏହାକୁ ଦୃଷ୍ଟିରେ ରଖି ବିଜେଡି କଳେବଳେ କୌଶଳେ ଉପାଧ୍ୟକ୍ଷ ଆସନ ହାତେଇବା ଲକ୍ଷ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି । ଯାହାଫଳରେ ଉପନିର୍ବାଚନକୁ ନେଇ ପୁଣି ସବୁଠି ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଏବେ ଠୁ ଜୋର ଧରିଲାଣି ।

Comments are closed.