ରାୟପୁର, କଲକାତାରେ ନିବେଶକ ସମ୍ମିଳନୀ

ଭୁବ‌େ‌ନଶ୍ବର : ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅପେକ୍ଷା ୨୦୨୨ରେ ଅଧିକ ପୁଞ୍ଜି ଆସିବା ଆଶା କରାଯାଉଛି। ମେକ୍ ଇନ ଓଡ଼ିଶାର ଦ୍ୱିତୀୟ ସଂସ୍କରଣରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ନଭେମ୍ବର ୩୦ରୁ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ୩ୟ ସଂସ୍କରଣରେ ଅାହୁରି ଅଧିକ ପ୍ରସ୍ତାବ ଆସିବା ସମ୍ଭାବନା ଥିବା ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଦୁବାଇରୁ ଆରମ୍ଭ ହୋଇ ହାଇଦରାବାଦ ପର୍ଯ୍ୟନ୍ତ ଆୟୋଜିତ ନିବେଶକ ସମ୍ମିଳନୀରେ ଓଡ଼ିଶା ଆସି ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ଦେଖାଇଛନ୍ତି। ହାଇଦରାବାଦ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୭ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଅାଗକୁ ରାୟପୁର ଓ କଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କଲକାତାରେ ନିବେଶକ ସମ୍ମିଳନୀ ହେବ। ହାଇଦରାବାଦରେ ଅାଇଟି, ଲଜିଷ୍ଟିକ, ଫାର୍ମା, ହସ୍ପିଟାଲ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଲାଗି ପ୍ରତିଶ୍ରୁତି ମିଳିଛି।

kalyan agarbati

Comments are closed.