www.samajalive.in
Saturday, December 6, 2025
14.1 C
Bhubaneswar

ବଢୁଛି ସାଇବର କ୍ରାଇମ: ଉଦବେଗ ପ୍ରକାଶ କଲେ ହାଇକୋର୍ଟ

କଟକ:  ରାଜ୍ୟରେ ସାଇବର କ୍ରାଇମ ବୃଦ୍ଧି ପାଉଥିବାରୁ ଶୁକ୍ରବାର ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହାସହ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏକ ଠକେଇ ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚ ଉପରେ ବର୍ଷିଛନ୍ତି କୋର୍ଟ। ସୁପ୍ରଭା ବେହେରା ନାମକ ଜଣେ ମହିଳା ପେଟିଏମରେ ଠକେଇ ନେଇ ଅଭିଯୋଗ କରିବା ପରେ ମାମଲା ହାଇକୋର୍ଟକୁ ଯାଇଥିଲା। ଶୁକ୍ରବାର ଶୁଣାଣି ବେଳେ ସାଇବର କ୍ରାଇମକୁ ଅଟକାଇବା ଦିଗରେ ପୋଲିସ ପଦକ୍ଷେପ ଯଥେଷ୍ଟ ନୁହେଁ। ମାମଲାର ତଦନ୍ତ ନିରୁତ୍ସାଜନକ। କ୍ରାଇମବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀ ମାନେ ଅଧିକ ଅପରାଧ ଘଟାଇବାକୁ ପ୍ରୟାସ କରୁଛନ୍ତି। ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜାନୁଆରୀ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories