ହତ୍ୟା ମାମଲା: ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର: ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଶନିବାର ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇଛି। ଦୁଇ ସହଯୋଗୀଙ୍କୁ ୨ ବର୍ଷ ଲେଖାଏଁ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଏଡିଜେ-୩ ଅଦାଲତର ବିଚାରପତି ରାଜ କୁମାର ଦାସ ଏହି ରାୟ ଦେଇଛନ୍ତି। ତ୍ରିକୋଣିୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅଭିଯୁକ୍ତ ଡାକ୍ତର ୨୦୧୮ ସେପ୍ଟେମ୍ବର ମାସରେ ଜଣେ ବିମା ଏଜେଣ୍ଟଙ୍କୁ ନିଜ କ୍ଲିନିକ୍ ଭିତରେ ନିଶା ଇଞ୍ଜେକସନ ଦେଇ ବେହୋସ୍ କରିବା ପରେ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିଥିଲେ ।
Comments are closed.