www.samajalive.in
Monday, December 15, 2025
15.1 C
Bhubaneswar

ଛାତ୍ରୀ ମୃତ୍ୟୁ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର

ଡେସ୍କ: ସମ୍ପ୍ରତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ସମୟର ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି ଘଟଣାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀ ରାଜ୍ୟ ଭିତରୁ ହୁଅନ୍ତୁ କି ବାହାର ଦେଶରୁ, ସେମାନେ ଯେହେତୁ ଅତିଥି ଛାତ୍ରଛାତ୍ରୀ, ସେମାନଙ୍କ ସୁରକ୍ଷା ପ୍ରତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅଧିକ ଯତ୍ନବାନ ହେବାର ଆବଶ୍ୟକ ଥିଲା। ଶ୍ରୀ ସୁରଜ ଉତ୍କର୍ଷ ଓଡିଶା ଓ ପ୍ରବାସୀ ଭାରତୀୟ ଦିବସ ଉଦାହରଣ ଦେଇ କହିଛନ୍ତି ଯେ ଆମେ ସେସବୁ କାର୍ଯ୍ୟକ୍ରମରେ ବିଶ୍ୱରୁ ପ୍ରଶଂସା ପାଇଥିବା ବେଳେ ଏଭଳି ଘଟଣା ଆଦୌ ଗ୍ରହଣୀୟ ନୁହେଁ।

ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଆଜି ସକାଳେ କିଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଗୃହ ବିଭାଗ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଜବାବ ସୁଆଲ କରିଥିଲେ। ଏଥିରୁ ମିଳିଥିବା ତଥ୍ୟ ଓ ସୂଚନା ଉପରେ ଅଧିକ ଅନୁସନ୍ଧାନ ଓ ତର୍ଜମା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

- Advertisement -

ମନ୍ତ୍ରୀ ଶ୍ରୀ ସୁରଜ ମଧ୍ୟ ବିଶ୍ୱବିଦ୍ୟାଳୟର ସନ୍ଦେହାତ୍ମକ କାର୍ଯ୍ୟକଳାପ ନେଇ ପ୍ରଶ୍ନ କରିଛନ୍ତି। ବିଶେଷ ଭାବେ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ-ଏ-ଡାଏ ଘୋଷଣା କରିବା, ନେପାଳୀ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନରେ ଛାଡିବା, ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣା ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କୁ ଅବଗତ ନ କରିବା, କୌଣସି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ଗୃହ ବିଭାଗକୁ ନ ଜଣାଇବା ଭଳି ପ୍ରଶ୍ନ କରିଛନ୍ତି। ଘଟଣାରେ ପୁଲିସ ପ୍ରଶାସନର ତ୍ୱରିତ ପଦକ୍ଷେପ ବିଷୟରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ପୁଲିସ ଏହି ଘଟଣାରେ ନିଜ ଆଡୁ ତଦନ୍ତ ଜାରି ରଖିଛି ଓ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିବା, ଗାଳିଗୁଲଜ କରିବା ଘଟଣାର ଭାଇରାଲ ଭିଡିଓ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିଶେଷ ଭାବେ ଯେଉଁ କର୍ମଚାରୀମାନେ ନେପାଳ ବଜେଟ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି, ସେମାନଙ୍କୁ ନିଲମ୍ବନ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଜଣାଇଥିବା ଶ୍ରୀ ସୁରଜ କହିଛନ୍ତି।

ହଷ୍ଟେଲରୁ ତଡି ଦିଆଯାଇଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ଲାଗି ଓ ସେମାନଙ୍କୁ କାଉନସେଲିଂ କରିବା ପାଇଁ କିଟକୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories