www.samajalive.in
Sunday, December 14, 2025
26.1 C
Bhubaneswar

ସପ୍ତାହକୁ ୩ ପୋଷଣ ଲଡୁ ସହ ମିଳିବ ଗୋଟିଏ ଅଧିକ ଅଣ୍ଡା

ଡେସ୍କ: ଆସନ୍ତା ଏପ୍ରିଲ ୧ ତାରିଖରୁ ବଦଳିବାକୁ ଯାଉଛି ମଧ୍ୟାହ୍ନ ଭୋଜନର ରୂପରେଖ। ରାଜ୍ୟ ସରକାର ପ୍ରଥମରୁ ଦଶମ ଯାଏଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବେ। କେବଳ ସେତିକି ନୁହେଁ, ନିଷ୍ପତ୍ତି ଅନୁଯାୟୀ, ପିଲାମାନଙ୍କୁ ଗୋଟିଏ ଅଣ୍ଡା ଅଧିକ ଦିଆଯିବ। ସବୁ ଶୁକ୍ରବାର ଦିନ ପିଲାମାନଙ୍କୁ ଗୋଟିଏ ଅଣ୍ଡା ଅଧିକ ମିଳିବ।

ଏବେ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପ୍ରତ୍ୟେକ ପିଲାଙ୍କୁ ୨ଟି ଲେଖାଏଁ ଅଣ୍ଡା ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ବୁଧବାର ଓ ଶନିବାର ଏହି ଅଣ୍ଡା ଯୋଗାଇ ଦିଆଯାଉଛି। ପିଏମ ପୋଷଣ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

- Advertisement -

ସେହିପରି ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ ୧ରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷଣ ଲଡୁ ଦିଆଯିବ। ସପ୍ତାହର ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ଏହି ପୋଷଣ ଲଡୁ ଦିଆଯିବ। ଗୋଟିଏ ଲଡୁର ଦାମ ୩ ଟଙ୍କା ୫୦ ପଇସା ରହିବ ଓ ପୋଷଣ ଲଡୁ କେବଳ ସକାଳ ବେଳା ଦିଆଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories