ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଓଡ଼ିଶା ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ !

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଥିଲା କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ କ୍ୟାମେରା ଟ୍ରାପରେ କଏଦ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଦେଖାଦେଇଥିବା ସୂଚନା ମିଳିଛି। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ ରାଜ୍ୟରେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା। କଲରା ପତରିଆ କଳା ବାଘ ମିଳିଥିବାନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ କିମ୍ବା କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲରେ କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବାବେଳେ କ୍ୟାମେରା ଏହି ଦୃଶ୍ୟ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି।

Comments are closed.