www.samajalive.in
Friday, December 12, 2025
14.1 C
Bhubaneswar

କଳିଙ୍ଗ ଷ୍ଟାଡିଅମ ନୀରିକ୍ଷଣ କରିବେ ପ୍ରଶିକ୍ଷକ ଜୋସେପ୍ ଗମ୍ବାଉ

ଭୁବନେଶ୍ୱର: ଓଡିଶା ଫୁଟବଲ ଏଫସି ମୁଖ୍ୟ ପ୍ରଶିକ୍ଷକ ଜୋସେପ୍ ଗମ୍ବାଉ କଳିଙ୍ଗ ଷ୍ଟାଡିଅମ ନୀରିକ୍ଷଣ କରିବେ। ଆସନ୍ତା ମାସରେ ଏହି ଷ୍ଟାଡିଅମରେ ମ୍ୟାଚ ହେବାକୁ ଥିବା ବେଳେ ଖେଳାଳିମାନେ ଅଭ୍ୟାସ କରିବାକୁ ଥିବା ପଡ଼ିଆର ମଧ୍ୟ ସେ ନୀରିକ୍ଷଣ କରିବେ। ଜୋସେଫ ସୋମବାର ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା।

ଜୋସେପଙ୍କ ଏହି ଗସ୍ତ କାଳରେ ସେ କଳିଙ୍ଗ ଷ୍ଟାଡିଅମରେ ନୂତନ ଭାବେ ଗଠିତ କ୍ଲବର ହୋମ ଗ୍ରାଉଣ୍ଡ ନୀରିକ୍ଷଣ କରିବେ। ଆସନ୍ତା ଅକ୍ଟୋବର ୨୦ରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ସୁପର ଲିଗର ଷଷ୍ଠ ସଂସ୍କରଣ ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିଅମକୁ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ଅଧିକାରୀଙ୍କ ସହ ଜୋସେପ୍ ଓଡିଶା ଏଫସି ଖେଳାଳିଙ୍କୁ ଦିଆଯିବାକୁ ଥିବା ସୁବିଧା, ସେମାନଙ୍କ ପରିବାର ବର୍ଗଙ୍କ ରହଣି ଓ ପିଲାଙ୍କ ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବେ।

- Advertisement -

ସୂଚନା ଯୋଗ୍ୟ, ଓଡିଶା ସରକାର ଏବଂ ଦିଲ୍ଲୀ ସକର ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ଦୀର୍ଘକାଳୀନ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବା ପରେ ଦିଲ୍ଲୀ ଡାଇନାମୋଜର ପରିବର୍ତ୍ତନ ହୋଇ ଓଡିଶା ଏଫସି ହୋଇଛି। ଏବେ ଦୋହାରେ ଥିବା ୨୫ ଜଣିଆ ଓଡିଶା ଏଫସି ଦଳରେ ରାଜ୍ୟର ଦୁଇ ଜଣ ଖେଳାଳି ରହିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories