www.samajalive.in
Friday, December 12, 2025
23.1 C
Bhubaneswar

ନଭେମ୍ବର ୯ରେ ଖୋଲିବ କରତାରପୁର କରିଡ଼ର, ସରିଲାଣି ୮୬% କାର୍ଯ୍ୟ

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ଯେ ବହୁପ୍ରତୀକ୍ଷିତ କରତାରପୁର କରିଡ଼ର ନଭେମ୍ବର ୯ରେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ଏଥି ପାଇଁ ପାକିସ୍ତାନ ସରକାର ସ୍ଥାନୀୟ ଓ ବିଦେଶୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲାହୋରଠାରୁ ୧୨୫ କିଲୋମିଟର ଦୂରପ୍ରସ୍ତାବିତ କରତାରପୁର କରିଡ଼ର ଯାତ୍ରାରେ ନେଇଥିଲେ। ସେଠାରେ ପାକିସ୍ତାନ ସରକାର ଏହି ଘୋଷଣା କରିଛନ୍ତି।

ପ୍ରକଳ୍ପ ନିର୍ଦେଶକ ଆତିଫ ମାଜିଦ କହିଛନ୍ତି ଯେ କରତାରପୁର କରିଡ଼ରର ୮୬% କାର୍ଯ୍ୟ ପୂରା ହୋଇଛି ଓ ଆସନ୍ତା ଅକ୍ଟୋବର ମାସ ମଧ୍ୟରେ କାର୍ଯ୍ୟ ଶେଷ ହୋଇଯିବ। ନଭେମ୍ବର ୯ରୁ କାରତାରପୁର କରିଡ଼ରକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ। ଏହି କରିଡ଼ର ପାକିସ୍ତାନ କାରତାରପୁର ସାହିବ ଗୁରୁଦ୍ୱାର ସହ ଭାରତର ଗୁରୁଦାସପୁରରେ ଥିବା ଡେରା ବାବା ସାହିବ ଗୁରୁଦ୍ୱାରକୁ ସଂଯୋଗ କରିବ। ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକ ଦେବ ୧୫୨୨ରେ କରତାରପୁର ସାହିବ ଗୁରୁଦ୍ୱାର ସ୍ଥାପନା କରିଥିଲେ। ତେଣୁ ଶିଖ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳୀ ଅଟେ। ପାକିସ୍ତାନ କରତାରପୁର ଗୁରୁଦ୍ୱାରଠାରୁ ଭାରତୀୟ ସୀମା ପର୍ଯ୍ୟନ୍ତ କରିଡ଼ର ନିର୍ମାଣ କରୁଛି। ଏପଟେ ଭାରତ ପଞ୍ଜାବ ଗୁରୁଦାସପୁର ଜିଲାର ଡେରା ବାବା ନାନକଠାରୁ ପାକିସ୍ତାନ ସୀମା ପର୍ଯ୍ୟନ୍ତ କରିଡ଼ରର ଦ୍ୱିତୀୟ ଅଂଶର ନିର୍ମାଣ କରୁଛି। ପାକିସ୍ତାନ କରିଡ଼ର ଦେଇ ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁ ଭିସା ମୁକ୍ତ ଯାତ୍ରା କରିପାରିବେ ବୋଲି ଦୁଇ ଦେଶ ସହିମତି ପ୍ରକାଶ କରିଛନ୍ତି। ୧୯୪୭ ଭାରତ-ପାକିସ୍ତାନ ବିଭାଜନ ପରେ ଏହା ପ୍ରଥମ ଭିସା ମୁକ୍ତ କରିଡ଼ର ହେବ। ବିନା ଭିସାରେ କେବଳ ପରିମିଟି ହାସଲ କରି ଭାରତୀୟ ଶିଖ ଶ୍ରଦ୍ଧାଳୁ କରତାରପୁର କରିଡ଼ରରେ ଯାତ୍ରା କରିପାରିବେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories