www.samajalive.in
Sunday, December 14, 2025
17.1 C
Bhubaneswar

ରେକର୍ଡ ଭାଙ୍ଗୁଛି କରୋନା, ଆଜି ରାଜ୍ୟରେ ଚିହ୍ନଟ ହେଲେ ୪୭୧୪ ସଂକ୍ରମିତ

ରାଜ୍ୟରେ ଆଜି ୪ ହଜାର ୭୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧରୁ ୨୭୫୫, ସ୍ଥାନୀୟ ଅଂଚଳରୁ ୧୯୫୯ ଓ ୧୮ ବର୍ଷ ବୟସ ମଧ୍ୟରେ ୪୧୬ ଜଣ ଅଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୬୬୨, ସମ୍ବଲପୁରରୁ ୪୩୭, କଟକରୁ ୩୬୦ ଓ ଝାରସୁଗୁଡାରୁ ୧୫୪ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୧୨୩, ପୁରୀରୁ ୧୧୯, ମୟୁରଭଞ୍ଜରୁ ୧୧୩, ବଲାଙ୍ଗୀରରୁ ୯୯, ଯାଜପୁରରୁ ୮୩, ଗଂଜାମରୁ ୭୦, କୋରାପୁଟରୁ ୬୫, ଜଗତସିଂହପୁରରୁ ୬୩, ବରଗଡ଼ରୁ ୫୬, ସୋନପୁରରୁ ୪୬, କେନ୍ଦୁଝରରୁ ୪୩, ନବରଙ୍ଗପୁରରୁ ୩୭, ଦେବଗଡ଼ରୁ ୩୬, ନୟାଗଡ଼ରୁ ୩୪, ଗଜପତି, ନୂଆପଡ଼ାରୁ ୩୨ ଜଣ ଲେଖାଏଁ ଓ ରାୟଗଡ଼ାରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୨, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୦, ଢେଙ୍କାନାଳରୁ ୯, ଭଦ୍ରକରୁ ୭, ବୌଦ୍ଧରୁ ୬, ମାଲକାନଗିରିରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା। ୨୬୦ ଜଣ କରୋନାରୁ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୨୩୧କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୧୬ ହଜାର ୧୧୭ ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories