କରୋନା ଅପଡ଼େଟ୍ – ଓଡ଼ିଶା
ଭୁବନେଶ୍ବର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ବାଲେଶ୍ବର ଜିଲାରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୫ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ କରୋନା ରୋଗୀ ଭୁବନେଶ୍ବର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡାର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା। ଏଥିସହ ସଂକ୍ରମଣର ଶିକାର ୭୯ଜଣଙ୍କ ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହେଲେ ଏବେ ସୁଦ୍ଧା ୪୯ ଜଣ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଜଣେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏହାକୁ ସରକରୀ ହିସାବରେ ଗଣାଯାଇନାହିଁ କାରଣ ମୃତ୍ୟୁ ପୂର୍ବରୁ ତାଙ୍କର ୨ ଥର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରେ ତଙ୍କର କରୋନା ନେଗେଟିଭ ଆସିଥିବା ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯
ଖୋର୍ଦ୍ଧା ୪୬ (ସକ୍ରିୟ ରୋଗୀ ୨୭, ସୁସ୍ଥ ୧୭, ମୃତ ୧)
ଭଦ୍ରକ ୦୮ (ସକ୍ରିୟ ୬, ସୁସ୍ଥ ୨)
ଯାଜପୁର ୦୭( ସକ୍ରିୟ ୬, ସୁସ୍ଥ ୧)
ବାଲେଶ୍ବର ୦୮ (ସକ୍ରିୟ ୮)
ସୁନ୍ଦରଗଡ଼ ୦୩ ( ସକ୍ରିୟ ୧, ସୁସ୍ଥ ୨)
କେନ୍ଦ୍ରାପଡ଼ା ୦୨ (ସକ୍ରିୟ ୧)
କଳାହାଣ୍ଡି ୦୨(ସୁସ୍ଥ-୨)
କଟକ ୦୧(ସୁସ୍ଥ ୧)
ଢ଼େଙ୍କାନାଳ ୦୧ (ସୁସ୍ଥ ୧)
ପୁରୀ ୦୧( ସକ୍ରିୟ ୧)
Comments are closed.