www.samajalive.in
Saturday, December 6, 2025
15.1 C
Bhubaneswar

ପୋଲାଭରମ୍‍ ପ୍ରସଙ୍ଗରେ ମୋଦୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପୋଲାଭରମ୍‍ ପ୍ରକଳ୍ପ ବନ୍ଦ କରିବା ପାଇଁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ଯେପର୍ଯ୍ୟନ୍ତ ମାମଲାର ସମାଧାନ ନହୋଇଛି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାରଙ୍କ କହିବାନୁଯାୟୀ ଯଦି ପ୍ରକଳ୍ପ ନିର୍ମାଣ ହୁଏ ତେବେ ମାଲକାନଗିରି ତଥା ଆଖପାଖ ଜିଲ୍ଲାର ହଜାର ହଜାର ଗାଁ ପ୍ରଭାବିତ ହେବା ସହ ଲକ୍ଷ୍ୟ ଲକ୍ଷ୍ୟ ଲୋକ ପ୍ରଭାବିତ ହେବେ। ଓଡିଶା ସମେତ ପଡୋଶୀ ରାଜ୍ୟ ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଜନଶୁଣାଣି ନକରି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ଦିଆଯାଇଛି।

- Advertisement -

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫, ୨୦୧୭, ଏବଂ ୨୦୧୮ରେ ଚାରୋଟି ପତ୍ର ମାଧ୍ୟମରେ ପୋଲାଭରମ୍‍ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ଦାବି ଉପସ୍ଥାନ କରିଥିଲେ ମଧ୍ୟ ପ୍ରତ୍ୟେକ ଥର ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ୨୦୦୫ ମସିହାରେ ଓଡିଶାର ପ୍ରଭାବିତ ହେଉଥିବା ମାଲକାନଗିରି ଜିଲ୍ଲାରେ କୌଣସି ଜନ ଶୁଣାଣି ନକରି ପ୍ରକଳ୍ପକୁ ଅନୁମତି ଦେଇଥିବା ପ୍ରସଙ୍ଗ ପୁଣି ଥରେ ଦୋହରାଇଛନ୍ତି। ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜନ ଶୁଶାଣି ନକରି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଆଗାମୀ ଦିନରେ ଏହା ଉତ୍କଟ ଜଳ ସମସ୍ୟା ସୃଷ୍ଟି କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories